ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅଧୀନରେ ଥିବା ପାଞ୍ଚଟି ବନାଞ୍ଚଳରେ କାର୍ଯ୍ୟ କରୁଥିବା ଅସ୍ଥାୟୀ ଫରେଷ୍ଟ ସ୍ଵାର୍ଡମାନେ ପ୍ରଧାନ ମୁଖ୍ୟ ବନସଂରକ୍ଷକଙ୍କ ଉଦ୍ଦେଶ୍ୟରେ ସୋମବାର ସ୍ଥାନୀୟ ବନଖଣ୍ଡ ଅଧିକାରୀଙ୍କୁ ୧୪ ଦଫା ଦାବିଥିବା ଦାବିପତ୍ରକୁ ପ୍ରଦାନ କରିଛନ୍ତି । ଜଙ୍ଗଲକୁ ସୁରକ୍ଷାଦେବା ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ ଭଳି ମହତ ଉଦେଶ୍ୟରେ ଏହି ଅସ୍ଥାୟୀ କର୍ମଚାରୀମାନେ ଅନବରତ ସେବା ଯୋଗାଇ ଦେଉଛନ୍ତି। ବିଭାଗ ସେମାନଙ୍କୁ ଅଣଦେଖା କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ ସେମାନଙ୍କ ମୌଳିକ ଦାବିଗୁଡିକୁ ବିଭାଗ ପୂରଣ କରୁ ବୋଲି ଆନ୍ଦୋଳନରତ କର୍ମଚାରୀ ଜଣାଇଥିଲେ। ଅସ୍ଥାୟୀ ବନ କର୍ମଚାରୀ, ପାରା ସ୍ଵାର୍ଡମାନଙ୍କୁ ନିୟମିତ କର୍ମଚାରୀର ମାନ୍ୟତା ପ୍ରଦାନ, ୨୪ ଘଣ୍ଟିଆ କାର୍ଯ୍ୟଶୈଳୀ ବନ୍ଦ, ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଛେଦ, ମୈଖ୍ୟକ ବଦଳି ଓ ଚାକିରିରୁ ବହିଷ୍କାର ବ୍ୟବସ୍ଥା ବନ୍ଦ,କାର୍ଯ୍ୟ କରୁଥୁବା ସମୟରେ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୩୦ ଲକ୍ଷ ଦୁର୍ଘଟଣାରେ ଆଂଶିକ କ୍ଷତିଗ୍ରସ୍ତଙ୍କ ପାଇଁ ୧୫ ଲକ୍ଷ ଅନୁଦାନ ଯୋଗାଇବା, ଖାଲି ପଡିଥିବା ପରେଷ୍ଟଗାର୍ଡ ପଦରେ ୫୦ ପ୍ରତିଶତ ପାରା ସ୍ଵାର୍ଡଙ୍କୁ ପଦୋନ୍ନତି, ଅଣକୁଶଳୀ ଶ୍ରମିକର ଆର୍ଥିକରାଶି ପ୍ରଦାନ ଓ ଦରମାରେ ୧୮ ପ୍ରତିଶତ ଜିଏସଟି କଟିବା ବନ୍ଦ, ସ୍ଵାର୍ଡ କର୍ମଚାରୀଙ୍କୁ କୁଶଳୀ ଶ୍ରମିକର ମାନ୍ୟତା, କାଠ ମାଫିଆଙ୍କଦ୍ବାରା ଶିକାର ହେଉଥିବା ସ୍ଵାର୍ଡ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ ଆଦି ୧୪ ଦଫା ସମ୍ବଳିତ ଦାବିପତ୍ରକୁ ଆଠମଲ୍ଲିକ ପାରା ସ୍ୱାର୍ଡ କର୍ମଚାରୀମାନେ ବନଖଣ୍ଡ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଆଠମଲ୍ଲିକ ବନଖଣ୍ଡ ଅଧୀନସ୍ଥ ଆଠମଲ୍ଲିକ, ମାଧପୁର, ବାମୁର, ହଣ୍ଡପା, ଧଣ୍ଡାତୋପା ବନାଞ୍ଚଳରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀମାନେ ଏଥିରେ ସାମିଲ ଥିଲେ।
୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ
- Post published:February 15, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
