ପାଳଲହଡା: ସ୍ପୋର୍ଟସ୍ ମୟୂରଭଞ୍ଜ ଏକାଡେମୀ ମୟୂରଭଞ୍ଜ ଦ୍ବାରା କରଞ୍ଜିଆ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ପ୍ରେକ୍ଷାଳୟରେ
ସପ୍ତମ ଓଡିଶା ଆଜାଦ କପ କରାଟେ ଚମ୍ପିୟାନସିପ୍ ୨୦୨୫ ଆୟୋଜିତ ହୋଇଯାଇଛି। ଏଥିରେ ଅନୁଗୁଳ ଜିଲ୍ଲା ପାଳଲହଡାର ଦୁଇ ଛାତ୍ର ସ୍ଵର୍ଣ୍ଣ ଏବଂ ରୌପ୍ୟ ପଦକ ହାସଲ କରି ପାଳଲହଡା ପାଇଁ ଗର୍ବ ଆଣିଛନ୍ତି। କନିଷ୍ଠ ବିଭାଗରେ ଶିକ୍ଷ୍ୟା ଇଂଲିଶ ସ୍କୁଲର ପ୍ରିନ୍ସ ଓ କମଲେଶ ଏହି ସଫଳତା ହାସଲ କରିଛନ୍ତି।
ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତା ରେ ପ୍ରିନ୍ସ ନାଏକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କମଲେଶ ଜଙ୍କ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ।
ଏହି ଦୁଇ ଛାତ୍ର ଙ୍କ ସଫଳତା ରେ ସ୍କୁଲ ର ପରିଚାଳକ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀଙ୍କ ସମେତ ବହୁ ବୁଦ୍ଧିଜୀବୀ କରାଟେ ଶିକ୍ଷକ ସେନସେଇ ବିଜୟ କୁମାର ମୁଣ୍ଡାଙ୍କ ସମେତ ଉଭୟ ଛାତ୍ରଙ୍କୁ ଶୁଭେଚ୍ଛା ଜଣେଇଛନ୍ତି।


