ମହିମା ଜ୍ୟୋତି ଡିଗ୍ରୀ କଲେଜର ସଫଳତା

You are currently viewing ମହିମା ଜ୍ୟୋତି ଡିଗ୍ରୀ କଲେଜର ସଫଳତା

ଅନୁଗୁଳ: ଅନୁଗୁଳ ଖଣ୍ଡହତା ସ୍ଥିତ ମହିମା ଜ୍ୟୋତି ବିଜ୍ଞାନ ଡିଗ୍ରୀ କଲେଜର ସୁଯୋଗ୍ୟ ଛାତ୍ର ରାହୁଲ ବେହେରା ଚଳିତ ବର୍ଷ ନିଟ୍ ପରୀକ୍ଷାରେ ରାଜ୍ୟ କାଟାଗୋରୀ ରାଙ୍କ ୪୭୪ ରେ କୃତକାର୍ଯ୍ୟ ହୋଇଛନ୍ତି। ରାହୁଲ ଫୁଲପଡ଼ା ନିକଟ ସାନ୍ତରାପୁର (ଖ) ଗାଁର ପିତା ଦୁଃଶାସନ ବେହେରା ଓ ମାତା ସ୍ଵର୍ଣ୍ଣମୟୀ ସାହୁଙ୍କର ଜ୍ୟେଷ୍ଠ ପୁତ୍ର। ସେ ଦଶମ ପରୀକ୍ଷାରେ ଶତକଡା ୯୨.୮୩ ଓ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯୫ ପ୍ରତିଶତ ନମ୍ବର ରଖିଥିଲେ। ତାଙ୍କର ଏହି ସଫଳତା ପାଇଁ କଲେଜର ଚେୟାରମ୍ୟାନ ସୁଜିତ୍ ଦେହୁରୀ, ପ୍ରିନ୍ସିପଲ୍ ସତ୍ୟବ୍ରତ ଗଡନାୟକ, ଉପଦେଷ୍ଟା ଡ଼ଃ ଦିବାକର ସାହୁଙ୍କ ସହିତ ସମସ୍ତ କର୍ମକର୍ତ୍ତା ଶୁଭେଛା ଜଣାଇ ଭବିଷ୍ୟତର ମଙ୍ଗଳ କାମନା କରିଛନ୍ତି। ଆଗାମୀ ଦିନରେ ଏହି ସଫଳତା ବଜାଇ ରଖିବାକୁ କଲେଜ ପ୍ରତିଶ୍ରୁତିବଦ୍ଧ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

Share

Leave a Reply