ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସୁଦୀପ୍ତାଙ୍କ କୃତିତ୍ୱ

You are currently viewing ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସୁଦୀପ୍ତାଙ୍କ କୃତିତ୍ୱ

କଣିହାଁ: ଓଡିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୩ରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଗଦାଶିଳା ଗ୍ରାମର ସୁଦୀପ୍ତା ନାଏକ (୨୫) ୩୦୫ତମ ସ୍ଥାନ ହାସଲ କରି ସଫଳତା ଅର୍ଜନ କରିଛନ୍ତି। ଟିକନ ଓ ସେବତୀ ନାଏକଙ୍କ ଝିଅ ସୁଦୀପ୍ତା ଗଦାଶିଳା ୟୁପି ସ୍କୁଲ ଓ ବିଜିଗୋଳ ପଞ୍ଚାୟତ ହାଇସ୍କୁଲରେ ଶିକ୍ଷା ଗ୍ରହଣ ପରେ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟ ଓ ସିଟ ଇଂଜିନିୟରିଂ କଲେଜରେ ଉଚ୍ଚଶିକ୍ଷା ହାସଲ କରିଥିଲେ।

ପ୍ରଥମ ପ୍ରୟାସରେ ଏହି ସଫଳତା ପାଇଁ ସେ ପିତାମାତା, ଶିକ୍ଷକ, ପରିବାର ଓ ବନ୍ଧୁଙ୍କୁ ଶ୍ରେୟ ଦେଇଛନ୍ତି। ତାଙ୍କ ଏହି କୃତିତ୍ୱ ଗଦାଶିଳା ଗ୍ରାମ, କଣିହାଁ ବ୍ଲକ ଓ ଅନୁଗୋଳ ଜିଲ୍ଲାକୁ ଗୌରବାନ୍ୱିତ କରିଛି। ସୁଦୀପ୍ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି।

Share

Leave a Reply