ଅନୁଗୁଳ: ପରୀକ୍ଷାରେ କମ୍ ନମ୍ବର ରଖିବାରୁ ଘରେ ତାଗିଦ୍ କଲେ, ଆଉ ଏତିକି କଥାରେ ଜୀବନ ହାରିଦେଲେ ଯୁକ୍ତ ତିନି ଛାତ୍ର। ଗୁରୁବାର ସନ୍ଧ୍ୟାରେ ଅନୁଗୁଳ କୁମଣ୍ଡ ନିକଟସ୍ଥ ରେଳୱେ ଓଭର ବ୍ରିଜ ଉପରେ ଥିବା ରେଳ ଧାରଣାରେ ଜଣେ କଲେଜ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର କିଶୋରନଗର ଥାନା ମୁଣ୍ଡବେଡା ଗାଁର ବରୁଣ ନାୟକ ବୋଲି ଜଣାପଡ଼ିଛି। ସେ ଅନୁଗୁଳ କଲେଜରେ ଯୁକ୍ତ ତିନି ବିଜ୍ଞାନର ଛାତ୍ର ଥିଲେ।
ଘର ଲୋକଙ୍କ କହିବାନୁସାରେ, ବରୁଣ ନାୟକ ପରୀକ୍ଷାରେ କମ୍ ନମ୍ବର ରଖିଥିବାରୁ ପରିବାର ଲୋକ ତାଗିଦ କରିଥିଲେ। ଏହି କଥାରେ ରାଗିଯାଇ ସେ ରେଳୱେ ଓଭର ବ୍ରିଜ ଉପରେ ଥିବା ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କରିଛି। ଶୁକ୍ରବାର ସକାଳେ ପୋଲିସ ଖବର ପାଇ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବରୁଣ ବାପା ମାଙ୍କର ଏକମାତ୍ର ସନ୍ତାନ ହୋଇଥିବାରୁ ପରିବାର କାନ୍ଦ ବୋବାଳିରେ ଫାଟିପଡୁଛି।
ପରୀକ୍ଷାରେ କମ୍ ନମ୍ବର ରଖିବାରୁ ଘରେ ତାଗିଦ୍ କଲେ, ରାଗରେ ରେଳ ଧାରଣାରେ ଶୋଇ ଜୀବନ ହାରିଲେ ଛାତ୍ର
