“ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ”ର ସମ୍ପାଦକ ହେଲେ ବନମାଳୀ, ସଭାପତି ହେଲେ ବିରଜା

You are currently viewing “ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ”ର ସମ୍ପାଦକ ହେଲେ ବନମାଳୀ, ସଭାପତି ହେଲେ ବିରଜା

 

ଅନୁଗୁଳ : “ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ” ଅନୁଗୁଳ ଜିଲ୍ଲା ଶାଖାର ଦ୍ଵିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଛି। ତାଳଚେର ସ୍ଥିତ ଏକ ହୋଟେଲ ସଭା ଗୃହରେ ଆୟୋଜିତ ଏସୟୁଜେର ସାଧାରଣ ପରିଷଦ ବୈଠକରେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ସୁରକ୍ଷା ଓ ସାଂଗଠନିକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ସଂଗଠନର ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜନ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ରାଜ୍ୟ ଉପସଭାପତି କୀର୍ତ୍ତି ସାହୁ, ସଂଗଠନ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଅନୁଗୁଳ ଜିଲ୍ଲା ଶାଖା କମିଟିର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା। ନୂତନ କମିଟିରେ ବିରଜା ଶଙ୍କର ମିଶ୍ର, ପୁନର୍ବାର ସଭାପତି ଭାବେ ଏବଂ ବନମାଳୀ ନାଏକଙ୍କୁ ସାଧାରଣ ସମ୍ପାଦକ ଭାବେ ଚୟନ କରାଯାଇଛି। ନୂତନ କମିଟିରେ ଯୁଗୋଳ ଜିତ, ଭୀଷ୍ମ ଗଡ଼ନାୟକ, ସୌଭାଗ୍ୟ ମହାରଣା, ବିଜୟ ବେହେରା, ତ୍ରିଲୋଚନ ସ୍ୱାଇଁ ପ୍ରମୁଖ କର୍ମକର୍ତ୍ତା ଚୟନ ହୋଇଛନ୍ତି। ସଭାରେ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରୁ ୭୦ ଜଣ ସଦସ୍ୟ ଯୋଗ ଦେଇଥିଲେ।

Share

Leave a Reply