୬ଶହ କିମି ଅତିକ୍ରମକରି ରକ୍ତ ଦେବାକୁ ଆସିଲେ ସୁକାନ୍ତ

You are currently viewing ୬ଶହ କିମି ଅତିକ୍ରମକରି ରକ୍ତ ଦେବାକୁ ଆସିଲେ ସୁକାନ୍ତ

ଅନୁଗୁଳ:ରକ୍ତର ବିକଳ୍ପ ନାହିଁ,ବିପଦ ସମୟରେ ଯିଏ ରକ୍ତ ଦେଇ ଅନ୍ୟର ଜୀବନ ବଞ୍ଚାଏ ସେ ଅସଲରେ ଜଣେ ଭଗବାନ। ରକ୍ତ ଦେବାକୁ ଡାକରା ପାଇ ସୋମବାର ସୁଦୂର ଦାମନଯୋଡ଼ିରୁ ପ୍ରାୟ ଛ’ଶହ କିମି ଅତିକ୍ରମ କରି ଜଣେ ରକ୍ତଦାତା ଅନୁଗୋଳ ଆସି ରକ୍ତଦାନ କରିଛନ୍ତି। ସୁକାନ୍ତ କୁମାର ମହାରଣା(୫୫) ଦାମନଯୋଡ଼ିର ନାଲକୋ ରିଫାଇନେରିରେ ଜଣେ କର୍ମଚାରୀ। ସେ ବମ୍ବେ ଫେନୋଟାଇପ ଭଳି ବିରଳ ରକ୍ତ ଗ୍ରୁପର ଅଧିକାରୀ। ରକ୍ତଦାତା ପ୍ରବର୍ତ୍ତକ ଯୋଗେନ୍ଦ୍ର ବେହେରାଙ୍କ ଠାରୁ ଖବର ପାଇ ସୁକାନ୍ତ ତୁରନ୍ତ ରକ୍ତ ଦେବାକୁ ଅନୁଗୁଳ ଆସିଥିଲେ। ସୁକାନ୍ତ ଏଟିଭିକୁ ଏକ ସାକ୍ଷାତକାରରେ କହିଛନ୍ତି ସେ ଏପର୍ଯ୍ୟନ୍ତ ୧୫ ଥର ରକ୍ତ ଦାନ କରିସାରିଲେଣି। ଦେବଗଡ଼ର ଜଣେ ରୋଗୀ ସୁନନ୍ଦା ସାହୁ ଯିଏକି ଛେଣ୍ଡିପଦାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି, ସୁକାନ୍ତ ତାଙ୍କ ପାଇଁ ରକ୍ତଦାନ କରିବାକୁ ଆସିଥିଲେ । ସୁକାନ୍ତ ରକ୍ତଦାନ କରି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ। ତାଙ୍କୁ ଏଟିଭି ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ।

 

Share

Leave a Reply