ରବିବାର ଚକାଡ଼ୋଳା କପର ଶେଷ ମ୍ୟାଚ୍, ଅନୁଗୁଳର ଲୁଟୁ ୱାରିୟର୍ସ ଫାଇନାଲରେ

You are currently viewing ରବିବାର ଚକାଡ଼ୋଳା କପର ଶେଷ ମ୍ୟାଚ୍, ଅନୁଗୁଳର ଲୁଟୁ ୱାରିୟର୍ସ ଫାଇନାଲରେ

ଅନୁଗୁଳ: ସ୍ଥାନୀୟ ବିଜୁ ମଇଦାନରେ ଚାଲିଥିବା ଚକାଡ଼ୋଳା କପ୍‌ର ଫାଇନାଲ ମ୍ୟାଚ୍‌ ରବିବାର ସନ୍ଧ୍ୟା‌ରେ ଖେଳାଯିବ। ଅନୁଗୁଳର ରୟାଲ ମାଷ୍ଟର୍ସ କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ଫ୍ଲଡ୍‌ ଲାଇଟ୍‌ କ୍ରିକେଟ୍ ପ୍ରତିଯୋଗିତାର ଦ୍ବିତୀୟ ସନ୍ଧ୍ୟାରେ ଗ୍ରୁପ୍‌ ବିର ସମସ୍ତ ମ୍ୟାଚ୍‌ ଖେଳାଯାଇଥିଲା।

ପ୍ରଥମ ମ୍ୟାଚ୍‌ ଅନୁଗୁଳର ଏଲ୍‌ଏଲ୍‌ଜି ଓ ଭୁବନେଶ୍ବରର ଇମେଜ ଏକାଦଶ ଭିତରେ ଖେଳାଯାଇଥିଲା। ଏଥିରେ ଇମେଜ ଏକାଦଶ ବିଜୟୀ ହୋଇଛି। ଦ୍ବିତୀୟ ମ୍ୟାଚ୍‌ ଜରପଡ଼ାର ଏଭରଗ୍ରୀନ ଓ ମୂଷାପାପୁଲିଂର ତେଜ୍‌ ୱାରିୟର୍ସ ମଧ୍ୟରେ ଖେଳାଯାଇଛି। ଦ୍ବିତୀୟ ସନ୍ଧ୍ୟାରେ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଦିଲେଶ୍ବର ପ୍ରଧାନ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, କୋଷାଧ୍ୟକ୍ଷ ବିଶ୍ବଜିତ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଗତକାଲି ଅନୁ‌ଷ୍ଠିତ ଗ୍ରୁପ୍‌ ଏ’ର ସେମିଫାଇନାଲ୍‌ରେ ଏମଜିସିସିକୁ ପରାସ୍ତ କରି ଅନୁଗୁଳର ଲୁଟୁ ୱାରିୟର୍ସ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

ରବିବାର ସନ୍ଧ୍ୟାରେ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ଖେଳାଯିବ। କ୍ଲବ୍‌ର ସଭାପତି କମଳାକାନ୍ତ ସାହୁ, ଉପସଭାପତି ସୌମ୍ୟରଂଜନ ସାହୁ, ସଂପାଦକ ଆଦର୍ଶ ସାହୁ, ସହ ସଂପାଦକ ଚନ୍ଦନ କୁମାର ସାହୁ, ବିଶ୍ବଜିତ ଧଳ, ବିଶ୍ବଜିତ ପ୍ରଧାନ, ଆକାଶ ମହାରଣା, ଶ୍ରୀକାନ୍ତ ତ୍ରିପାଠୀ, ବିକ୍ରମ ମହାପାତ୍ର, ସ୍ମୃତି ରଂଜନ ଦାସ ପ୍ରମୁଖ ଖେଳ ପରିଚାଳନା କରିଥିଲେ।

Share

Leave a Reply