ଚକାଡୋଳା କପ୍ କ୍ରିକେଟ ଉଦଯାପିତ

You are currently viewing ଚକାଡୋଳା କପ୍ କ୍ରିକେଟ ଉଦଯାପିତ

ଅନୁଗୁଳ: ଗତ ତିନି ତାରିଖରୁ ଆରମ୍ଭ ହୋଇଥିବା ଚକାଡୋଳା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ବଣିଆବାହଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଚିତ୍ତାକର୍ଷକ ଏହି ପ୍ରତିଯୋଗିତାର ଫାଇନାଲରେ ଏମ ମହାରାଜା,ଏସ ଲାୟନ୍ସକୁ ହରାଇ ଟ୍ରଫି ଜିତି ନେଇଥିଲା। ଫାଇନାଲରେ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ,କାଉନସିଲର କୈଳାସ ଚନ୍ଦ୍ର ପ୍ରଧାନ,ଅନୁଗୁଳ କ୍ରିକେଟ ଆସୋସିଏସନର ସମ୍ପାଦକ ସାଗର ମିଶ୍ର,ଅନୁଗୁଳ ଯୁବ ବିଜେପି ସହର ସଭାପତି ସୌମ୍ୟ ରଂଜନ ସାହୁ,ଯୁବ ବିଜେପି ନେତା କମଳାକାନ୍ତ ସାହୁ,ସରୋଜ ଦେବତା ନୂଆ ମୌଜା ସରପଞ୍ଚ ବିକାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ବଣିଆବାହାଳର ୱାର୍ଡ ନଂ
୭,୮,୯ ଓ ଲିଙ୍ଗରାଯୋଡ଼ି ପଞ୍ଚାୟତର ଖେଳାଳୀଙ୍କୁ ନେଇ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

Share

Leave a Reply