ଅନୁଗୁଳ: ପୂର୍ବତନ କାଉନସିଲର ତଥା ବିଜେଡି ଯୁବନେତା ସୁନିଲ କୁମାର ସାହୁ (ପୁଇନ୍) ଓ ପୂର୍ବତନ ଅନୁଗୁଳ ବାର ଏବଂ ପୂର୍ବତନ ନଗର କଂଗ୍ରେସ ସଭାପତି ଦିଲୀପ ଦାସ ବିଜେପି ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତି ରେ ଦିଲ୍ଲୀ ଠାରେ ଏହି ଦୁଇ ନେତା ପଦ୍ମ ଦଳରେ ମିଶିଛନ୍ତି। ଏମାନଙ୍କ ସହ ଯୁବ ନେତା ସଞ୍ଜୀବ ଷଡ଼ଙ୍ଗୀ,ସଞ୍ଜୟ ସାହୁ ଓ ଶରତ ମୁଖି ମଧ୍ୟ ବିଜେପିରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ,ଚନ୍ଦ୍ରକାନ୍ତ ଧଳ,ପ୍ରଦୀପ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।ସୁନିଲ ଏବଂ ଦିଲୀପ ବିଜେପି ରେ ଯୋଗ ଦାନ ଦ୍ଵାରା ଦଳର ଶକ୍ତି ବୃଦ୍ଧି ହେବ ବୋଲି ଦଳ ପକ୍ଷରୁ କୁହାଯାଉଛି ।
ବିଜେପିରେ ମିଶିଲେ ସୁନିଲ ଓ ଦିଲୀପ
- Post published:March 9, 2022
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
