୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ନେବା ବେଳେ ଧରା ପଡ଼ିଲା ସୁନୀଲ ସେଠୀ

You are currently viewing ୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ନେବା ବେଳେ ଧରା ପଡ଼ିଲା ସୁନୀଲ ସେଠୀ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର କୋଳିୟାରୀ ପୋଲିସ ହାଣ୍ଡିଧୂଆଁ ନିକଟରୁ ୨୦ ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, କୋଳିୟାରୀ ଥାନା ଏସଆଇ ବିକାଶ ଗିରି ଗତକାଲି ରାତିରେ ପ୍ୟାଟ୍ରୋଲିଂ ବେଳେ ହାଣ୍ଡିଧୂଆଁ ଛକରେ ସୁନୀଲ ସେଠୀଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେ ଏକ ପଲିଥିନ ପ୍ୟାକେଟରେ ବ୍ରାଉନସୁଗାର ରଖିଥିବା ଜଣାପଡ଼ିଥିଲା। ପଚରାଉଚରା ବେଳେ ସେ ବିକ୍ରି କରିବାକୁ ଏହା ରଖିଥିବା ସ୍ୱୀକାର କରିଥିଲା।

ଜବତ ବ୍ରାଉନସୁଗାରର ଓଜନ ୨୦.୦୮ ଗ୍ରାମ ଥିବା ଜଣାପଡ଼ିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ହେବ। ଆଜି ସୁନୀଲକୁ କୋର୍ଟ ଚାଲାଣ କରାଯାଇଥିବା କୋଳିୟାରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Share

Leave a Reply