ଅନୁଗୁଳ: ଅନୁଗୁଳ ନିର୍ବାଚନମଣ୍ଡଳୀ ବଅଁରପାଳ ବ୍ଲକ ବନ୍ଦା ଠାରେ କୌପୀନଧାରୀ ମହିମା ଭକ୍ତ ସାମାଜ ଦ୍ଵାରା ଆୟୋଜିତ ଶୂନ୍ୟବ୍ରହ୍ମ ପ୍ରଭୁ ମହିମା ଅଲେଖଙ୍କ ବାର୍ଷିକ ବାଲ୍ୟଲୀଳା ଉତ୍ସବରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ବିଧାୟକ ଦଳର ନେତୃବୃନ୍ଦଙ୍କ ସହିତ ଉପସ୍ଥିତ ରହି ପ୍ରଭୁ ଅଲେଖ ମହିମାଙ୍କ ଆଶୀର୍ବାଦ କାମନା କରିବା ସହିତ ସମସ୍ତଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ।
ତାଙ୍କ ସହିତ ବିଜେପି ଜିଲ୍ଲା ସମ୍ପାଦକ ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ବିଜେପି ବଅଁରପାଳ ମଣ୍ଡଳର ସଭାପତି ସୁବ୍ରତ ସାହୁ, ବିଜେପି ନେତା ନିରଞ୍ଜନ ସାହୁ, ମଧୁସୂଦନ ପ୍ରଧାନ, ବୁଦ୍ଧିମନ୍ତ ବୈଦ୍ୟ, ଅଜୟ ରାଉଳ ଓ ଦଳର କର୍ମକର୍ତ୍ତା ମଧ୍ଯ ଉପସ୍ଥିତ ରହି ପ୍ରଭୁ ମହିମା ଅଲେଖଙ୍କ ଆଶୀର୍ବାଦ କାମନା କରିବା ସହିତ ସମସ୍ତଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ପ୍ରଭୁ ମହିମା ଅଲେଖଙ୍କ ଆଶୀର୍ବାଦ ଲାଭ କରିବା ସହିତ ସମସ୍ତଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳ କାମନା କରାଯାଇଥିଲା।


