ତୈଳଦର ବୃଦ୍ଧି ପ୍ରତିବାଦରେ ଓଡିଶା ବନ୍ଦକୁ ସମର୍ଥନ

You are currently viewing ତୈଳଦର ବୃଦ୍ଧି ପ୍ରତିବାଦରେ ଓଡିଶା ବନ୍ଦକୁ ସମର୍ଥନ

ଅନୁଗୁଳ: ଅନୁଗୁଳରେ ଗୁରୁବାର ସକାଳେ ଜିଲ୍ଲା କଂଗ୍ରେସ ପକ୍ଷରୁ ତୈଳଦର ସାଙ୍ଗକୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ବିରୋଧରେ ବାମପନ୍ଥୀ ଦଳମାନେ ଦେଇଥିବା ଓଡିଶା ବନ୍ଦ ଡାକରାକୁ ସମର୍ଥନ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ କରାଯାଇଥିବା ଏହି ବିକ୍ଷୋଭରେ ଅନୁଗୁଳ ମୁଖ୍ୟବଜାରକୁ ଜିଲ୍ଲା କଂଗ୍ରେସ କମିଟିର ଓବିସି ସେଲର ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ ଓ ଆଇନ ସେଲର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ମିଶ୍ରଙ୍କ ନେତୃତ୍ୱ ନେଇଥିଲେ। ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ନେଇ ବିଭିନ୍ନ ସ୍ଳୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରୋଷେଇ ଗ୍ୟାସ, ଖାଇବା ତେଲ, ଡାଲି, ପନିପରିବା ଭଳି ବହୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି କରୋନା ମହାମାରୀ ସମୟରେ ଜନ ସାଧାରଣଙ୍କ ନିଦ ହଜାଇ ଦେଇଛି ବୋଲି ସେମାନେ କହିଥିଲେ। ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ବ୍ଲକ କଂଗ୍ରେସ ସଭାପତି ଅମୂଲ୍ୟ ବେହେରା, କଂଗ୍ରେସ ନେତା ସୁଶିଲ ପ୍ରଧାନ, ସଂଜିବ ମାଣ୍ଡୋଠିଆ, ପ୍ରଶାନ୍ତ ବିଶ୍ୱାଳ, ବଲବିର ସିଂହ ପ୍ରମୁଖ ସାମିଲ ହୋଇଥିଲେ। ସେହିଭଳି ଏସ୍ୟୁସିଆଇ(କମ୍ୟୁନିଷ୍ଟ) ତରଫରୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ସୁବାସ ପ୍ରଧାନ, ମନ୍ଦୋଦରି ରାଉଳ, ସରୋଜିନୀ ନାଏକ, ସଞ୍ଜୟ ସାହୁ ପ୍ରମୁଖ ନେତୃତ୍ବ ନେଇଥିଲେ। ପରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

Share

Leave a Reply