ମିଷ୍ଟର ଓଡ଼ିଶାରେ ଅନୁଗୁଳକୁ ବଡ଼ ସଫଳତା, ତୃତୀୟ ସ୍ଥାନ ଅଧିକାର କଲେ ସୁଶୀଲ

You are currently viewing ମିଷ୍ଟର ଓଡ଼ିଶାରେ ଅନୁଗୁଳକୁ ବଡ଼ ସଫଳତା, ତୃତୀୟ ସ୍ଥାନ ଅଧିକାର କଲେ ସୁଶୀଲ

ଅନୁଗୁଳ: ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଅନୁଷ୍ଠିତ ମିଷ୍ଟର ଓଡିଶା ପ୍ରତିଯୋଗିତାରେ ଅନୁଗୁଳ ପୌରପାଳିକା ଜିମ୍ ସଦସ୍ୟ ସୁଶୀଲ କୁମାର ନାଏକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୭୫ ଓଜନ ବର୍ଗରେ ସୁଶୀଲ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ସମ୍ମାନ ପାଇବା ପରେ ଅନୁଗୁଳ ପୌରପାଳିକା ଜିମ୍ ତରଫରୁ ସୋମବାର ସନ୍ଧ୍ୟାରେ ସୁଶୀଲଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।
ସେ ତାଙ୍କର ଏହି ସଫଳତାର ଶ୍ରେୟ ବାପା, ମା, ଗୁରୁ ଭବାନୀ ଓ ପୌରପାଳିକା ଜିମକୁ ଦେଇଛନ୍ତି। ଯଦି ଆଗକୁ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ରହେ ତେବେ ସେ ମିଷ୍ଟର ଇଣ୍ଡିଆ ଖେଳିବା ପାଇଁ ପ୍ରସ୍ତୁତ ହେବେ ବୋଲି ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମସ୍ତ ଜିମ୍ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply