ସୁସୁଡ଼ା କପ୍ କ୍ରିକେଟ୍ ଉଦ୍‌ଘାଟିତ

You are currently viewing ସୁସୁଡ଼ା କପ୍ କ୍ରିକେଟ୍ ଉଦ୍‌ଘାଟିତ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ସୁସୁଡ଼ା ମଶାଣି ପଡିଆରେ ବୁଧବାରଠାରୁ ସୁସୁଡା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହୋଇଛି। ଶନିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିବେ। ସମାଜସେବୀ ପର୍ଶୁରାମ ଦାଶ ମୁଖ୍ୟ ଅତିଥ ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଘାଟନ କରିଥିଲେ । ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ କାଣ୍ଡସର ୪ ରନ୍‌ରେ ଜାମୁନାଳି ଏକାଦଶଠାରୁ ପରାସ୍ତ ହୋଇଥିଲା। ଜାମୁନାଳି ପ୍ରଥମେ ବ୍ୟାଟିଂ କରି ୮୬ ରନ୍ ସଂଗ୍ରହ କରିଥିବା ବେଳେ କାଣ୍ଡସର ୮୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ପ୍ରଣବ ମହାପାତ୍ର, ବିଶ୍ବଜିତ୍‌ ମହାପାତ୍ର, ତୋଫାନ୍ ଓଝା, ସୌରଭ ମିଶ୍ର, ସିଦ୍ଧାର୍ଥ ଶଙ୍କର ପ୍ରଧାନ ଓ ଚିନ୍ମୟ ମିଶ୍ର ପ୍ରମୁଖ ଖେଳ ପରିଚାଳନା କରିଥିଲେ।

Share

Leave a Reply