ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପାଳିତ

You are currently viewing ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପାଳିତ

ଅନୁଗୁଳ: ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆଜି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏ ଅବସରରେ ସମସ୍ତ କର୍ମଚାରୀ ଝାଡ଼ୁ ଧରି ଅଫିସ ପରିସର ସଫେଇ କରିଥିଲେ। କାର୍ଯ୍ୟକ୍ରମରେ ସ୍ଵଭାବରେ ସ୍ୱଚ୍ଛତା, ସଂସ୍କାରରେ ସ୍ୱଚ୍ଛତା ଆଣିବାକୁ ଆହ୍ୱାନ କରାଯିବା ସହ ସମୂହ ବୃକ୍ଷରୋପଣ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ, ମୋଟର ଯାନ ନିରୀକ୍ଷକ ବିଭୁ ରଞ୍ଜନ ନାଏକ, ଜୁନିଅର ମୋଟର ଯାନ ନିରୀକ୍ଷକ କେ.ଦିବ୍ୟଜ୍ୟୋତି ମହନ୍ତ, କିରାଣୀ ଗଗନ କୁମାର ପରିଜା, ଶାନ୍ତନୁ କୁମାର ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Share

Leave a Reply