ଅନୁଗୁଳ: ଆସନ୍ତା ସୋମବାର ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ମହାପାଟଙ୍କ ବାର୍ଷିକ ଉତ୍ସବ। ଏଣୁ ଠାକୁରାଣୀ ପୀଠ ପରିସର ଓ ଯାତ୍ରା ପଡ଼ିଆକୁ ସଫା କରିଛନ୍ତି ଅଞ୍ଚଳର ସ୍ବେଚ୍ଛାସେବୀ ସଂଗଠନ ‘ଶେଷ ଜୀବନର ସାଥି’ ର କର୍ମକର୍ତ୍ତା। ବଅଁରପାଳ ବ୍ଲକ ତୁଳସୀପାଳ ଗ୍ରାମ ଫଟାକାଞ୍ଜିଆର ଅଧିଷ୍ଠାତ୍ରୀ ଦେବୀ ମା’ ମହାପାଟଙ୍କ ବାର୍ଷିକ ଉତ୍ସବରେ ବଡ଼ ଯାତ୍ରା ହୁଏ। ଏଣୁ ସଂଗଠନର କର୍ମକର୍ତ୍ତା ଦୁଇ ଏକର ବିଶିଷ୍ଟ ଯାତ୍ରା ପଡିଆକୁ ମେସିନ ଓ ହାତହତିଆର ସାହାଯ୍ୟରେ ପରିଷ୍କାର କରିବା ସହ ପୀଠ ପରିସରକୁ ବି ସଫା କରିଥିଲେ।
ସୂଚନାଯୋଗ୍ୟ ଯେ ଏହି ସଂଗଠନ ବିଭିନ୍ନ ଦେବଦେବୀଙ୍କ ପୀଠ, ମନ୍ଦିର ଓ ବସ୍ତି ସଫା କରିବା ସହ ଶବଦାହ ନିମନ୍ତେ କାଠ ଯୋଗାଇବା ଓ ଦାହ କାର୍ଯ୍ୟରେ ସହଯୋଗ କରିବା, ବସ୍ତି ବାସିନ୍ଦାଙ୍କୁ ଖାଦ୍ୟବସ୍ତ୍ର ଓ ଔଷଧ ବିତରଣ କରିବା ଆଦି କରି ଆସୁଛନ୍ତି। ଏହି ମହାନ କାମ ପାଇଁ ଅଞ୍ଚଳବାସୀ ତାଙ୍କୁ ସାଧୁବାଦ ଜଣାଇଛନ୍ତି।