ସ୍ୱଚ୍ଛତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

You are currently viewing ସ୍ୱଚ୍ଛତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଅନୁଗୁଳ: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟର ଅନୁଗୁଳ ଆଞ୍ଚଳିକ କେନ୍ଦ୍ର ଓ ଅନୁଗୁଳ ପୌରପାଳିକାର ମିଳିତ ଆନୁକୂଲ୍ୟରେ ଭାରତ ସରକାରଙ୍କ ସ୍ୱଚ୍ଛତାହିଁ ସେବା ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ଇକୋପାର୍କରେ ଏକ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ନିର୍ଦ୍ଦେଶକ ଡା. ଅଭିଳାଷ ନାୟକ, ଉପ ନିର୍ଦ୍ଦେଶକ ଡା. ବିଜୟ କୁମାର ସାହୁ, ଅନୁଗୁଳ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ସଫେଇ ଓ ବୃକ୍ଷରୋପଣରେ ଅଂଶଗ୍ରହଣ କରିଥିଲେ। ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ନବକୃଷ୍ଣ ଚୌଧୁରୀ ଶିକ୍ଷକ ପରଶିକ୍ଷଣ କେନ୍ଦ୍ରର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ମଧ୍ୟ ସକ୍ରିୟ ଭାଗ ନେଇଥିଲେ। ଶ୍ରୀ ଜଗନ୍ନାଥଙ୍କ ତ୍ରିପାଠୀ ତିନିଜଣ ସଫେଇ କର୍ମଚାରୀଙ୍କୁ ମାନପତ୍ର, ଉପଢୌକନ ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଡା. ନାୟକ ସମସ୍ତ ପ୍ରତିଭାଗୀ ଓ ଇକୋପାର୍କ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

Share

Leave a Reply