ଅନୁଗୁଳରେ ପହଞ୍ଚିଲା ସ୍ବଦେଶୀ ସଂକଳ୍ପ ଯାତ୍ରା, ବିଦେଶୀ ସାମଗ୍ରୀକୁ ବର୍ଜନ କରିବାକୁ ଆହ୍ୱାନ

You are currently viewing ଅନୁଗୁଳରେ ପହଞ୍ଚିଲା ସ୍ବଦେଶୀ ସଂକଳ୍ପ ଯାତ୍ରା, ବିଦେଶୀ ସାମଗ୍ରୀକୁ ବର୍ଜନ କରିବାକୁ ଆହ୍ୱାନ

ଅନୁଗୁଳ: ସ୍ବଦେଶୀ ଜାଗରଣ ମଞ୍ଚ,ଓଡ଼ିଶା ପୂର୍ବ ପ୍ରାନ୍ତ ପକ୍ଷରୁ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ ପୁରୀ ଶ୍ରୀମନ୍ଦିର ଠାରୁ “ସ୍ବଦେଶୀ ସଂକଳ୍ପ ଯାତ୍ରା” ପୂର୍ବ ଓଡ଼ିଶା ପରିଭ୍ରମଣ ଆରମ୍ଭ ହୋଇଛି। ଶୁକ୍ରବାର ଅପରାହ୍ନରେ ଅନୁଗୁଳ ଜିଲ୍ଲାରେ ଏହି ସଂକଳ୍ପ ଯାତ୍ରା ପହଞ୍ଚିଥିଲା। ଅନୁଗୁଳ ଜିଲ୍ଲା ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ପର୍ଶୁରାମ ଦାଶଙ୍କ ନେତୃତ୍ବରେ ଏହି ଯାତ୍ରାକୁ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ସ୍ବାଗତ କରାଯାଇଥିଲା।

ଏ ଅବସରରେ ବିଦେଶୀ କମ୍ପାନୀ ବସ୍ତୁର ବ୍ୟବହାର ବା ପ୍ରୟୋଗ ଉପରେ ଅଙ୍କୁଶ ଲଗାଇବାକୁ ଗୁରୁତ୍ୱ ଦିଆଯାଇଥିଲା। ସେହିଭଳି ଗାନ୍ଧୀ ମାର୍ଗ ଶିଶୁ ମନ୍ଦିର ଠାରେ ମଧ୍ୟ ଏହି ସଂକଳ୍ପ ଯାତ୍ରାର ରଥକୁ ସ୍ବାଗତ କରିବା ସହିତ ସଂକଳ୍ପ ପାଠ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗାଚାର୍ଯ୍ୟ ଅଭୟ ରାୟ, ଶ୍ରୀଗୋପାଳ ମୁନ୍ଦ୍ରା, ଅମିୟ କୁମାର କର, ଗୋପବନ୍ଧୁ ସାହୁ, ଲରେନଜିତ୍ ସାମଲ, ସୁଶୋଭିତ ସାହୁ, ଜୟନ୍ତ କର ଓ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply