ଦ୍ଵିତୀୟ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ, ଅଭିଯୁକ୍ତ ଫେରାର

You are currently viewing ଦ୍ଵିତୀୟ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ, ଅଭିଯୁକ୍ତ ଫେରାର
The dead woman's body. Focus on hand

ତାଳଚେର: ତାଳଚେର ଡେରା ପାଣି ହାଟିଙ୍ଗ ଠାରେ ଦ୍ଵିତୀୟ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଜ୍ୟୋତି ମୁଣ୍ଡା (୩୩)।

ସୂଚନା ମୁତାବକ, ୧୫ ବର୍ଷ ତଳେ ଜ୍ୟୋତି ଓ କାର୍ତ୍ତିକ ମୁଣ୍ଡା ବିବାହ କରିଥିଲେ। କିନ୍ତୁ ଗତ ବର୍ଷେ ତଳେ ଜ୍ୟୋତି ଦେବଗଡ଼ ଜିଲ୍ଲାର ବଡ଼ ବାଲିପଶି ଅଞ୍ଚଳର ବିବାହିତ ଯୁବକ ଦୁଃଖନୁ ମୁଣ୍ଡା ସହ ପଳାଇ ଆସି ବିବାହ କରି ଅନ୍ୟତ୍ର ରହୁଥିଲେ। ରବିବାର ରାତିରେ କୌଣସି କାରଣରୁ ଦୁଃଖନୁ ଟାଙ୍ଗିଆରେ ଜ୍ୟୋତିକୁ ହାଣି ହତ୍ୟା କରିଛି। ଜ୍ୟୋତିଙ୍କ ବେକ, ମୁଣ୍ଡ, କାନ ଓ ଆଖିରେ ଚୋଟ ବାଜିଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ କାଳିୟାରୀ ପୋଲିସ ଘଟଣାର ତଦନ୍ତ କରିବା ସହ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଥିଲେ। ଏ ନେଇ ଥାନାରେ ୪୯୫/୨୩ ରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଫେରାର ଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share

Leave a Reply