ଅନୁଗୁଳରେ ସ୍ବର୍ଣ୍ଣ କୋଦଣ୍ଡ ଧନୁଷ ଯାତ୍ରା: ହଜାର ହଜାର ଶ୍ରଦ୍ଧାଳୁଙ୍କ ସ୍ୱାଗତ

You are currently viewing ଅନୁଗୁଳରେ ସ୍ବର୍ଣ୍ଣ କୋଦଣ୍ଡ ଧନୁଷ ଯାତ୍ରା: ହଜାର ହଜାର ଶ୍ରଦ୍ଧାଳୁଙ୍କ ସ୍ୱାଗତ

ଅନୁଗୁଳ: ଅନୁଗୁଳରେ ପ୍ରଭୁ ଶ୍ରୀରାମଙ୍କ ସୁବର୍ଣ୍ଣ ଧନୁଷ ପହଞ୍ଚିବା ସହ ଏହି ଶିଳ୍ପନଗରୀରେ ଧାର୍ମିକ ଉନ୍ମାଦନା ଦେଖିବାକୁ ମିଳିଛି। ରାଉରକେଲା ହନୁମାନ ବାଟିକାରୁ ଆରମ୍ଭ ହୋଇଥିବା ସ୍ବର୍ଣ୍ଣ କୋଦଣ୍ଡ ଧନୁଷ ଯାତ୍ରା ଅନୁଗୁଳର ଶୈଳଶ୍ରୀ କ୍ଷେତ୍ର ନିକଟରେ ପହଞ୍ଚିଛି, ଯାହାକୁ ହଜାର ହଜାର ଶ୍ରଦ୍ଧାଳୁ ଧୁମଧାମରେ ସ୍ୱାଗତ କରିଛନ୍ତି। ଏହି ସୁବର୍ଣ୍ଣ ଧନୁଷଟି ୨୮୬ କେଜି ଓଜନର ଏବଂ ତାମିଲନାଡୁ କାଞ୍ଚିପୁରମର ୪୦ ଜଣ ମହିଳା କାରିଗର ଏହାକୁ ନିର୍ମାଣ କରିଛନ୍ତି। ଏଥିରେ କପର, ଜିଙ୍କ, ଆଇରନ, ରୁପା ଏବଂ ୯୮୬ ଗ୍ରାମ ସୁନା ବ୍ୟବହାର କରାଯାଇଛି। ଧନୁର ଲମ୍ବ ୮ ଫୁଟ ଥିବାବେଳେ ଚଉଡ଼ା ରହିଛି ସାଢେ ୩ ଫୁଟ। କାର୍ଗିଲ ଯୁଦ୍ଧ ଠାରୁ ଅପରେସନ ସିନ୍ଦୁରରେ ସହିଦ ହୋଇଥିବା ୧୭ ଶହ ୫୦ ଯବାନଙ୍କ ନାମ ଏଥିରେ ଖୋଦେଇ ହୋଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲା ପରିକ୍ରମା କରି ଧନୁଷ ଯାତ୍ରା ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ପହଞ୍ଚିବ ଏବଂ ସେଠାରେ ଧନୁଷ ସହ ୩ ଫୁଟର ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ହେବ।

Share

Leave a Reply