ଅନୁଗୁଳ ଏନ୍ଏସିରୁ ଆଜି ଯାଏ: ୭୦ ବର୍ଷର ଜୟଯାତ୍ରା

You are currently viewing ଅନୁଗୁଳ ଏନ୍ଏସିରୁ ଆଜି ଯାଏ: ୭୦ ବର୍ଷର ଜୟଯାତ୍ରା

ଅନୁଗୁଳ: ଆଜି ସ୍ୱାୟତ୍ତ ଶାସନ ଦିବସ। ଅନୁଗୁଳ ପୌରପାଳିକା ସମେତ ଜିଲ୍ଲାର ସବୁ ଅର୍ବାନ ଲୋକାଲ ବଡିରେ ଉତ୍ସବର ମାହୋଲ। ଶୋଭାଯାତ୍ରା,ସାଧାରଣ ସଭା,ବୃକ୍ଷରୋପଣ ,ସାଂସ୍କୃତିକ ସଂଧ୍ୟା ଏମିତି କେତେ କଣ। ଯଦି ଅନୁଗୁଳ ପୌରପାଳିକା କଥା ବିଚାର କରାଯିବ ତେବେ ଏତିକି କୁହାଇ ଯାଇପାରେ ଗତ ଅଗଷ୍ଟ ୧,୧୯୫୫ ମସିହାରେ ଅନୁଗୁଳ ଏନଏସି ମାନ୍ୟତା ପାଇଥିଲା। ଲିଙ୍ଗରା ନଇ ପରିବେଷ୍ଟିତ ଅନୁଗୁଳ ସହର ଭିତରେ ମଧ୍ୟ ଘଞ୍ଚ ଗଛ ବ୍ରୁଚ୍ଛ ରହିଥିଲା।

ଧୀରେ ଧୀରେ ସହର ବଢିଲା,ଲୋକ ସଂଖ୍ୟା ବଢ଼ିଲେ, ଅଶି ଦଶକରେ ଜିଲ୍ଲାରେ ଶିଳ୍ପାୟନ ଆସିଲା। ସହରର ଲୋକ ସଂଖ୍ୟା ପୁଣି ବଢିଲା। ୨୦୦୮ ମସିହାରେ ଅନୁଗୁଳକୁ ପୌରପାଳିକା ଘୋଷଣା କରାଗଲା।ଅତୀତରେ ଅନିଲ ଦାସ,ପ୍ରଫୁଲ୍ଲ ମିଶ୍ର,ଶକ୍ତି ପ୍ରସାଦ ପଟ୍ଟନାୟକ ଙ୍କ ଭଳି ଦକ୍ଷ ଅଧ୍ୟକ୍ଷ ମାନେ ସହରର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିବା ବେଳେ ଅକ୍ଷୟ ସାମନ୍ତଙ୍କ ନେତୃତ୍ୱରେ ବର୍ତ୍ତମାନର ପରିଷଦ ମଧ୍ୟ ଉନ୍ନତିର ଅନେକ ଚିତ୍ରଆଙ୍କି ପାରିଛନ୍ତି। ପରିମଳ ବ୍ୟବସ୍ଥା ରେ କାର୍ଯ୍ୟ ଦକ୍ଷତା ପାଇଁ ଅନୁଗୁଳ ଜାତୀୟ ସ୍ତରରେ ମଧ୍ୟ ପୁରସ୍କୃତ ହୋଇଛି।

ଏବେ ମଧ୍ୟ ସହର ମଧ୍ୟରେ ପଲିଥିନ୍ ବ୍ୟବହାର ଉପରେ କଟକଣା ଜାରି କରାଯିବା ସହ ବୃକ୍ଷ ରୋପଣ ଉପରେ ଗୁରୁତ୍ବ ଦିଆଯାଇଛି।ଗତ ଏକ ବର୍ଷ ମଧ୍ୟରେ ରାସ୍ତା ଘାଟ ମରାମତି,ଡ୍ରେନ ମରାମତି,ବର୍ଜ୍ୟ ବସ୍ତୁ ପରିଚାଳନା, କୁକୁରଶାଳା ନିର୍ମାଣ,ବର୍ଷା ଜଳ ନିଷ୍କାସନ,ଭେଣ୍ଡିଂ ଜୋନ ନିର୍ମାଣ,ପରିମଳ ବ୍ୟବସ୍ଥା ଆଦିରେ ପ୍ରାୟ ୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଅନୁଗୁଳ ପୌରପାଳିକା ର ଆଧୁନିକୀକରଣ ପାଇଁ ନିକଟ ଭବିଷ୍ୟତରେ ପୋଖରୀ ଗୁଡ଼ିକର ପୁନରୁଦ୍ଧାର, ଅଧିକ ଭେଣ୍ଡିଙ୍ଗ ଜୋନ ନିର୍ମାଣ,ସହର ଭିତରେ ବାଇ ପାସ ନିର୍ମାଣ, ମେଟେରିଆଲ ରିକଭରି ସେଣ୍ଟର୍ ଆଦି ନିର୍ମାଣ କରାଯିବ।

ସେହିଭଳି କେତେକ ୱାର୍ଡରେ ଅର୍ବାନ୍ ହାଟ ମଧ୍ୟ ନିର୍ମାଣ କରାଯାଇ ଲୋକଙ୍କ ଡେଲି ସାମଗ୍ରୀ ଚାହିଦା ପୂରଣ କରାଯିବ।ମୋଟ ଉପରେ କହିବାକୁ ଗଲେ ନିର୍ବାହୀ ଅଧିକାରୀ, ନଗରପାଳ ଏବଂ ପାରିଷଦ ମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ହେତୁ ଅନୁଗୁଳ ପୌରପାଳିକାକୁ ରାଜ୍ୟରେ ଶ୍ରେଷ୍ଠ ଅର୍ବାନ ଲୋକାଲ ବଡି ରେ ପରିଣତ କରିବା ପାଇଁ ଯେଉଁ ଦୃଢ଼ ପ୍ରୟାସ ଆରମ୍ଭ କରାଯାଇଛି,ଏହାର ସୁଫଳ ନିଶ୍ଚିତ ଭାବେ ମିଳିବ ।

Share

Leave a Reply