ଅନୁଗୁଳ: ଅନୁଗୁଳ ତାଳଚେରସ୍ଥିତ ସୀତାରାମ ପରିଷଦ ପକ୍ଷରୁ ଚଳିତ ଏପ୍ରିଲ ୨୯ ରୁ ୧୮ତମ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ମେ ୭ ତାରିଖ ଯାଏଁ ଚାଲିବ।
ତାଳଚେରର ଶ୍ରୀ ଜଗନ୍ନାଥ ମନ୍ଦିର ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ୧୦୮ କଳସ ପୂଜାର୍ଚ୍ଚନା ପରେ ମହିଳା, ପୁରୁଷମାନେ ଶୋଭାଯାତ୍ରାରେ ପାଣି ଆଣି ମନ୍ଦିର ପ୍ରାଙ୍ଗଣରେ ଥିବା ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ। ଏହାପରଠୁ ଯଜ୍ଞ ଆରମ୍ଭ ହୋଇଛି। ପ୍ରତ୍ୟହ ସନ୍ଧ୍ୟାରେ ସନ୍ଥ ଏବଂ ପଣ୍ଡିତ ମାନଙ୍କ ଶ୍ରୀମୁଖରୁ ରାମ କଥା ପରିବେଷଣ ଏବଂ ମନ୍ତ୍ର ପାଠ ସହ ଶାନ୍ତି ଯଜ୍ଞ କରାଯାଉଛି। ମେ ୭ରେ ପୂର୍ଣ୍ଣାହୁତି ହେବ ଓ ସନ୍ଧ୍ୟାରେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି।
୧୮ତମ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ: ୭ରେ ପୂର୍ଣ୍ଣାହୁତି
