ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଶତପ୍ରତିଶତ ରେଜଲ୍ଟ: ସ୍ନାତକରେ ମୋନାଲିସା ଓ ସ୍ନାତକୋତ୍ତରରେ ଅପରାଜିତା ଟପ୍ପର

You are currently viewing ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଶତପ୍ରତିଶତ ରେଜଲ୍ଟ: ସ୍ନାତକରେ ମୋନାଲିସା ଓ ସ୍ନାତକୋତ୍ତରରେ ଅପରାଜିତା ଟପ୍ପର

ତାଳଚେର : ପ୍ରକାଶ ପାଇଛି ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ – ୨୦୨୪। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ପରୀକ୍ଷା ଫଳ ପ୍ରକାଶନ କରିଥିଲେ। ପରୀକ୍ଷା ନିୟନ୍ତ୍ରକ ବିରଂଚି ନାରାୟଣ ସାମଲ ସ୍ନାତକ ଓ ସ୍ନାତକୋତର ପରୀକ୍ଷା ଫଳ ସମ୍ପର୍କରେ ବିଶେଷ ଉପସ୍ଥାପନ କରିଥିଲେ । ଚଳିତ ବର୍ଷ କୃତି ଛାତ୍ରଛାତ୍ରୀଙ୍କର ପାସ ହାର ୮୮.୪୪ ପ୍ରତିଶତ ହୋଇଥିବା ବେଳେ ବିଜ୍ଞାନରେ ୯୬.୦୬ %, କଳାରେ ୮୫.୮୭% ଓ ବାଣିଜ୍ୟରେ ୭୪.୩୦ % ପାସ ହାର ରହିଛି।

ସ୍ନାତକରେ ରସାୟନ ବିଜ୍ଞାନ ବିଭାଗର ଛାତ୍ରୀ ମୋନାଲିସା ମହାରଣା ଶ୍ରେଷ୍ଠ ସ୍ନାତକ ହୋଇଥିବା ବେଳେ ସ୍ନାତକୋତ୍ତର ଓଡ଼ିଆରେ ଅପରାଜିତା ବେହେରା ଟପ୍ପର ହୋଇଛନ୍ତି। ବିଜ୍ଞାନ ବିଭାଗରେ ମୋନାଲିସା ମହାରଣା, କଳା ବିଭାଗରେ ଦର୍ଶନ ବିଭାଗର ଛାତ୍ରୀ ପୁଷ୍ପାଞ୍ଜଳି ସାହୁ ଓ ବାଣିଜ୍ୟ ବିଭାଗରେ ରାଣୀ ଅଜିମା ପରୱିନ୍ ସର୍ବାଧିକ ନମ୍ବର ରଖିଛନ୍ତି। ନୃତତ୍ତ୍ୱରେ କିରଣ ଦାଶ, ଅର୍ଥନୀତିରେ କ୍ରିଷ୍ଣା ମଞ୍ଜରୀ ବିଶ୍ୱାଳ, ଶିକ୍ଷାରେ ପ୍ରଜ୍ଞା ପାରମିତା ନାୟକ, ଇଂରାଜୀରେ ଅନୁଷ୍କା ଚୌଧୁରୀ, ଇତିହାସରେ ବିଶ୍ୱଜିତ ଶତପଥୀ, ଓଡ଼ିଆରେ ଶ୍ୱେତପ୍ରଜ୍ଞା ସାହୁ, ଦର୍ଶନ ଶାସ୍ତ୍ରରେ ପୁଷ୍ପାଞ୍ଜଳି ସାହୁ, ରାଜନୀତି ବିଜ୍ଞାନରେ ଶୁଭସ୍ମିତା ସାହୁ, ସଂସ୍କୃତରେ ଶୁଭସ୍ମିତା ଭୂତିଆ, ଉଦ୍ଭିଦ ବିଜ୍ଞାନରେ ସଙ୍ଗୀତା ସାହୁ, ଭୂତତ୍ତ୍ଵରେ ସୋନାଲିକା ସାହୁ, ଗଣିତରେ ସ୍ୱସ୍ତିକ ପ୍ରଧାନ, ପଦାର୍ଥ ବିଜ୍ଞାନରେ ରାଜୁ ବେଜି, ପ୍ରାଣୀ ବିଜ୍ଞାନରେ ସୋନାଲି ବେହେରା ଓ ବାଣିଜ୍ୟରେ ରାଣୀ ଅଜିମା ପରୱିନ୍ ସମ୍ମାନରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଛନ୍ତି। ସ୍ନାତକୋତର ଓଡ଼ିଆ ବିଭାଗର ପରୀକ୍ଷା ଫଳରେ ଛାତ୍ରଛାତ୍ରୀଙ୍କର ପାସ ହାର ଶତ ପ୍ରତିଶତ ହୋଇଅଛି।

କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ବିଭାଗୀୟ ମୁଖ୍ୟ,ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରାଧ୍ୟାପକ ଡ. ଅମରେନ୍ଦ୍ର ମିଶ୍ର ସଂଯୋଜନା କରିଥିବା ବେଳେ ଉପ ପରୀକ୍ଷା ନିୟନ୍ତ୍ରକ ରଞ୍ଜିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply