ମେଡିକାଲ କଲେଜକୁ ସରକାର ଚଳାଇବା ଦାବି: କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ

You are currently viewing ମେଡିକାଲ କଲେଜକୁ ସରକାର ଚଳାଇବା ଦାବି: କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର : ତାଳଚେର ମେଡିକାଲ କଲେଜକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ଏବଂ ରାଜ୍ୟ ସରକାର ଏହାକୁ ଚଲାଇବା ଦାବି ନେଇ ଆଜି ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ କରାଯାଇଛି।

ଏ ଅବସରରେ ଆଜି ସକାଳ ୬ ଟା ରୁ ଆନ୍ଦୋଳନ ଆରମ୍ଭ କରାଯାଇ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ କରାଯାଇଥିଲା। ଏଥି ପାଇଁ ସହରର ବିଭିନ୍ନ ସ୍ଥାନ ସମେତ ଦୋକାନ ବଜାର, କାର୍ଯ୍ୟାଳୟ, ଗାଡ଼ି ମୋଟର ଆଦି ବନ୍ଦ ରହିବା ସହ, କୋଇଲା ଖଣିରୁ ଉତ୍ପାଦନ ଓ ପରିବହନ ମଧ୍ଯ ବାଧା ପ୍ରାପ୍ତ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ କ୍ରିୟାନୁଷ୍ଠାନ କମିଟିର ପଦ୍ମଚରଣ ସାମଲ, ଭୂପେନ ଥମ୍ବ, ଚୈତନ୍ୟ ପ୍ରଧାନ, ସଂଗ୍ରାମ କେଶରୀ କୁଅଁର, ରଞ୍ଜିତ ମହାପାତ୍ର, ରଙ୍ଗାଧର ନାହାକ, ବିନୋଦ ଲାଲ, ଅଭୟ ପାଣି, ବଳରାମ କୁଣ୍ଡ ସମେତ ଶତାଧିକ ଆନ୍ଦୋଳନକାରୀ ଯୋଗ ଦେଇଥିଲେ।

Share

Leave a Reply