ତାଳଚେର ଓକିଲ ସଂଘ ନିର୍ବାଚନ ଶେଷ: ଚିତ୍ତରଞ୍ଜନ ସଭାପତି ଓ ଶୈଳେନ୍ଦ୍ର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ

You are currently viewing ତାଳଚେର ଓକିଲ ସଂଘ ନିର୍ବାଚନ ଶେଷ: ଚିତ୍ତରଞ୍ଜନ ସଭାପତି ଓ ଶୈଳେନ୍ଦ୍ର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଓକିଲ ସଂଘର ବାର୍ଷିକ ନିର୍ବାଚନ ଆଜି ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି। ଏହି ଗାଣତାନ୍ତ୍ରିକ ପ୍ରକ୍ରିୟାରେ ସଂଘର ସମୁଦାୟ ୨୬୨ ଜଣ ଆଇନଜୀବୀ ନିଜର ମତଦାନ ସାବ୍ୟସ୍ତ କରି ନୂତନ କର୍ମକର୍ତ୍ତା ଚୟନ କରିଛନ୍ତି। ନିର୍ବାଚନ ଫଳାଫଳ ଅନୁଯାୟୀ, ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ରାଉତ ସଭାପତି ଭାବେ ବିଜୟୀ ହୋଇଥିବାବେଳେ ଶୈଳେନ୍ଦ୍ର ସିଂ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

ସେହିପରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟରେ ରବୀନ୍ଦ୍ର ସାମନ୍ତ ଉପ-ସଭାପତି, ବିଭୀଷଣ ନାଏକ ସହ-ସମ୍ପାଦକ ଏବଂ ମାନସ ରାଏ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଂଘର ସାଂସ୍କୃତିକ ସମ୍ପାଦକ ଭାବେ ଜ୍ଞାନେଶ୍ଵର ସାହୁ, ଅଡିଟର୍ ଭାବେ ସର୍ଦ୍ଦାର ରାଜେନ୍ଦ୍ର ସିଂ ଧିଙ୍ଗ୍ରା ଏବଂ ସେମିନାର ସମ୍ପାଦକ ଭାବେ କରୁଣାକର ନାୟକ ବିଜୟୀ ହୋଇଛନ୍ତି। ନୂତନ ଭାବେ ନିର୍ବାଚିତ ଏହି କର୍ମକର୍ତ୍ତାମାନେ ଆଗାମୀ ଦିନରେ ସଂଘର ଉନ୍ନତି ତଥା ଆଇନଜୀବୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି। ଏହି ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ସ୍ଥାନୀୟ ଆଇନଜୀବୀ ମହଲରେ ଖୁସିର ଲହରି ଖେଳିଯାଇଛି।

Share

Leave a Reply