ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କରି ବିବାଦରେ କଂଗ୍ରେସ ନେତା ଅଧିର ଚୌଧୁରୀ, ବିଜେପିର ବିକ୍ଷୋଭ ପ୍ରଦର୍ଶନ

0

ଅନୁଗୁଳ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କରି ବିବାଦରେ କଂଗ୍ରେସ ନେତା ଅଧିର ଚୌଧୁରୀ। ରାଷ୍ଟ୍ରପତିଙ୍କୁ ଏଭଳି ସମ୍ବୋଧନ କରିବା ଓଡ଼ିଆ ସ୍ବାଭିମାନକୁ ଏବଂ ସାରା ଦେଶକୁ ଅପମାନ ବୋଲି କହି ବିଜେପି ପକ୍ଷରୁ ଏବେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଆଜି ତାଳଚେର ବିଜେପି ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ ଅବସରରେ ଆଜି ହାଟତୋଟା ଠାରେ କଂଗ୍ରେସ ବିରୁଦ୍ଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡ଼ିଶା ବିରୋଧୀ ତଥା ଆଦିବାସୀ ବିରୋଧୀ ମହିଳା ବିରୋଧୀ କଂଗ୍ରେସ ସରକାର କେବେ ବି ଓଡ଼ିଶାର କିମ୍ବା ଆଦିବାସୀ ତଥା ମହିଳାଙ୍କ ମଙ୍ଗଳ ଚାହିଁନି ବୋଲି ବିଜେପି ଅଭିଯୋଗ କରିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେବା ନେଇ କଂଗ୍ରେସ ନେତା ଅଧୀର ଚୌଧୁରୀ ତାଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କରି ସମଗ୍ର ଦେଶ ତଥା ଓଡ଼ିଆର ସ୍ୱାଭିମାନକୁ ଅପମାନିତ କରିଛନ୍ତି। ଏଣୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତା ଅଧୀର ଚୌଧୁରୀ ତୁରନ୍ତ କ୍ଷମା ମାଗନ୍ତୁ ନଚେତ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବ ବୋଲି ଦଳର ବରିଷ୍ଠ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।

କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ରାଜ୍ୟ ପରିଷଦ ସଦସ୍ୟ ଅଖିଳ ସାମଲ, ପୌରାମଣ୍ଡଳ ସମ୍ପାଦକ ନିରୋଜ ଦାସ ଓ ଜ୍ଞାନେନ୍ଦ୍ରୀୟ ସେଠୀ, ପୌରମଣ୍ଡଳ ପ୍ରଭାରୀ ପୁଲିନ ବିହାରୀ ନାୟକ, କାଳନ୍ଦୀ ପ୍ରଧାନ, ଦୟାସାଗର ମିଶ୍ର, ଅରବିନ୍ଦ ମିଶ୍ର, ଅର୍ଜୁନ ଭୁତିଆ, ଟୁନା ଜେନା, ଖଇରା ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା, ଯୋଗେଶ୍ୱର ସାହୁ, ସୁକାନ୍ତ ରାୟ, ମନୋଜ ସ୍ୱାଇଁ, ପ୍ରମୋଦ ପାଲ, ବସନ୍ତ ନାୟକ, ଶଙ୍କର ବେହେରା, ଅମୁଲ୍ୟ ପ୍ରଧାନ, ଅକ୍ଷୟ ବିଶ୍ୱାଳ, ସଂକଳ୍ପ ସାହୁ, କ୍ଷେତ୍ରବାସୀ ନାୟକ, କାଉନସିଲର ସ୍ୱାଧୀନ ଥମ୍ବ, ସନ୍ତୋଷ ବେହେରା, ଅନିତା ବିଶ୍ୱାଳ, ମୃଣାଳିନୀ ପଟ୍ଟନାୟକ, ଝରଣା ମହାପାତ୍ର, ଦିପ୍ତୀପ୍ରଭା ମହାରଣା, ସଂଯୁକ୍ତା ମହାରଣାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Leave A Reply

Your email address will not be published.

error: Content is protected !!