ଆସନ୍ତା ୨୩ ରୁ ତାଳଚେର ପୁସ୍ତକ ମେଳା, ଏଥରକ ପଡ଼ୁଛି ୮୦ରୁ ଊର୍ଦ୍ଧ୍ୱ ଷ୍ଟଲ୍

You are currently viewing ଆସନ୍ତା ୨୩ ରୁ ତାଳଚେର ପୁସ୍ତକ ମେଳା, ଏଥରକ ପଡ଼ୁଛି ୮୦ରୁ ଊର୍ଦ୍ଧ୍ୱ ଷ୍ଟଲ୍

ତାଳଚେର: ବିଂଶତମ ତାଳଚେର ପୁସ୍ତକ ମେଳା- ୨୦୨୩ ପାଇଁ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଉପଜିଲ୍ଳାପାଳ ତଥା ପୁସ୍ତକ ମେଳା କମିଟିର ସଭାପତି ବିଶ୍ୱରଞ୍ଜନ ରଥ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆସନ୍ତା ଜାନୁୟାରୀ ୨୩ ରୁ ୩୦ ତାରିଖ ପର୍ଯ୍ୟନ୍ତ ୮ ଦିନ ଚାଲିବାକୁ ଥିବା ପୁସ୍ତକ ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ସାଧାରଣ ସମ୍ପାଦକ ଦେବୀ ମିଶ୍ର ପୁସ୍ତକ ମେଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ବିବରଣୀ ପାଠ କରିଥିଲେ।
ହାଟତୋଟା ସ୍ଥିତ ପ୍ରଜାମଣ୍ଡଳ ଭବନ ପରିସରରେ ଅନୁଷ୍ଠିତ ହେବାକୁ ଯାଉଥିବା ପୁସ୍ତକ ମେଳାରେ ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ଷ୍ଟଲ୍ କରାଯିବା ସହିତ ବିଭିନ୍ନ ଦିନର ସଂଧ୍ୟାରେ ଆଧ୍ୟାତ୍ମିକ, ନାରୀଶିକ୍ଷା, ସାଂସ୍କୃତିକ କାର୍ଯ୍ୟକ୍ରମ, କୁଇଜ୍, ହାସ୍ୟ କବି ସମ୍ମିଳନୀ, କବିତା ପାଠୋତ୍ସବ, ଛାତ୍ରଛାତ୍ରୀମାନଙ୍କ ପାଇଁ ଚିତ୍ରାଙ୍କନ, ଝୋଟି ଆଦି ପ୍ରତିଯୋଗିତାମାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯାଇ ସଭାପତି ଭାବେ ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥ, ଉପସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଓ ଡ. ରଶ୍ମିରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ଭାବେ ଦେବୀ ମିଶ୍ର, ଯୁଗ୍ମ ସମ୍ପାଦକ ବିରଜା ଶଙ୍କର ମିଶ୍ର, ସୌଭାଗ୍ୟ ମହାରଣା, କୋଷାଧ୍ୟକ୍ଷ ଜ୍ୟୋତିରଞ୍ଜନ ଦାସ, ସମୀକ୍ଷକ ରମେଶ ଚନ୍ଦ୍ର ବେହେରା ଓ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଯଯାତି ପଟ୍ଟନାୟକ, କେଶବ ଭୂତିଆ, ତପନ ମହାରଣା, ପ୍ରକାଶ ମହାରଣା, ଜିତେନ୍ଦ୍ର ମହାପାତ୍ର, ବାଉରୀବନ୍ଧୁ ବେଜ, କ୍ଷୀରୋଦ ସାହୁ, ରତ୍ନପ୍ରଭା ବାଇ, ସୌଭାଗିନୀ ଦାସ, ଆଇନଜୀବୀ ଯଦୁମଣି ସାହୁ ପ୍ରମୁଖଙ୍କୁ ଚୟନ କରାଯାଇଥିଲା।

Share

Leave a Reply