ବିଭିନ୍ନ ସମସ୍ୟା ନେଇ କଳାବ୍ୟାଜ୍ ପିନ୍ଧିଲେ ତାଳଚେର ବିଦ୍ୟୁତ୍ ଡିଭିଜନ୍ କର୍ମଚାରୀ, ୩୦ ରୁ ଯିବେ ସମୂହ ଛୁଟିରେ

You are currently viewing ବିଭିନ୍ନ ସମସ୍ୟା ନେଇ କଳାବ୍ୟାଜ୍ ପିନ୍ଧିଲେ ତାଳଚେର ବିଦ୍ୟୁତ୍ ଡିଭିଜନ୍ କର୍ମଚାରୀ, ୩୦ ରୁ ଯିବେ ସମୂହ ଛୁଟିରେ

 

ତାଳଚେର : ବିଭିନ୍ନ ସମସ୍ୟା ନେଇ ତାଳଚେର ବିଦ୍ୟୁତ୍ ଡିଭିଜନ୍ ଅନ୍ତର୍ଗତ ସମସ୍ତ କର୍ମଚାରୀ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟରେ ଯୋଗଦେଇଛନ୍ତି।
ସେମାନଙ୍କ ଦାବିଗୁଡ଼ିକ ମଧ୍ୟରେ କର୍ମଚାରୀଙ୍କୁ ବର୍ଦ୍ଧିତ ୧୦୦ ଟଙ୍କା ଦୈନିକ ବୃଦ୍ଧି କରିବା, ଟିପିସିଓଡିଏଲ୍ ର ଅପରେସନ୍ ଟ୍ରେନିଂ କର୍ମଚାରୀ ୨୩୦ କୁ ଧାର୍ଯ୍ୟ କରିବା, ରେଗୁଲାର କର୍ମଚାରୀଙ୍କର ୱେଜ୍ ରିଭିଜନ୍ କରିବା, ଇପିଏଫ୍ ଟଙ୍କା ଜମା କରିବା, ମନଇଚ୍ଛା ବଦଳି ନକରିବା, ମିଟର ରିଡର ମାନଙ୍କ ଦକ୍ଷତା ଅନୁଯାୟୀ କାଟାଗୋରୀରେ ଅନ୍ତର୍ଭୁକ୍ତ କରିବା, ଓଇଆରସି ଆପ୍ରୁଭାଲ୍ କରିବା ସତ୍ତ୍ୱେ ଟାଟା କଂପାନୀ ଗୁରୁତ୍ୱ ନଦେବା, କର୍ମଚାରୀଙ୍କ ମୌଳିକ ଅଧିକାର ପାଇବା ଇତ୍ୟାଦି ରହିଛି।

ସେମାନେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗଦେବେ। ଏଥିସହ ୨୮ ତାରିଖ ଠାରୁ ୨୪ ଘଣ୍ଟା ବଦଳରେ କେବଳ ୮ ଘଣ୍ଟା କାର୍ଯ୍ୟ କରିବେ ଓ ୩୦ ତାରିଖ ଠାରୁ ସମସ୍ତ କର୍ମଚାରୀ ଛୁଟିରେ ରହିବେ ବୋଲି ଟାଟା କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ଯଦି ଟାଟା ପକ୍ଷରୁ ସେମାନଙ୍କର ସମସ୍ୟାକୁ ସମାଧାନ ନ କରାଯାଏ ତେବେ ୧ ଜୁଲାଇ ଠାରୁ ଡିଭିଜନ୍ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କର୍ମଚାରୀ ଧାରଣାରେ ବସିବେ ବୋଲି ତାଳଚେର ବିଦ୍ୟୁତ୍ ଡିଭିଜନର ସଂପାଦକ ବିକାଶ ସାହୁ କହିଛନ୍ତି।

Share

Leave a Reply