ତାଳଚେର: ତାଳଚେର ସହରରେ ଗତ ଆଠ ଦିନ ଧରି ପୂଜା ପାଇ ଆସୁଥିବା ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଭସାଣି ଶନିବାର ଦିନ ଅନୁଷ୍ଠିତ ହୋଇଛି। ବାରଟି ପୂଜା ମଣ୍ଡପରେ ପୂଜା ପାଉଥିବା ଦିଅଁ ମେଳଣ ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟ ଅତିଥି ସାଂସଦ ମହେଶ ସାହୁ, ସମ୍ମାନିତ ଅତିଥି ନଗରପାଳ ପବିତ୍ର ଭୂତିଆ, ପୂଜା କମିଟି ସଭାପତି ଦେବୀ ମିଶ୍ର, ଉପସଭାପତି ରଶ୍ମିରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ଦାସ, ଗଣେଶ ପୂଜା କମିଟି ସଭାପତି କେଶବ ଭୂତିଆ ଓ ପୂଜା ମଣ୍ଡପର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପ୍ରଥମେ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଆଜ୍ଞା ଲଡୁ ନିଲାମ ହୋଇଥିଲା। ଏହି ନିଲାମରେ ଦାସ ବ୍ରଦର୍ସ ସର୍ବାଧିକ ୬୫ ହଜାର ଡାକି ଲଡ଼ୁ ନେଇଥିଲେ। ନାଚ ଗୀତର ତାଳେ ତାଳେ ଶାନ୍ତି ଶୃଙ୍ଖଳାର ସହ ବିସର୍ଜନ ସମ୍ପନ୍ନ ହୋଇଥିଲା।
ବିଦାୟ ନେଲେ ପ୍ରଭୁ କାର୍ତ୍ତିକେଶ୍ଵର, ଶାନ୍ତି ଶୃଙ୍ଖଳାର ସହ ଭସାଣି ସମ୍ପନ୍ନ
- Post published:November 12, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
