ତାଳଚେରର କଳା ହୀରା ଓ ମା’ ହିଙ୍ଗୁଳା: ‘ଚରାପଥର’ରୁ ‘କୋଇଲା’ ହେବାର ଅଜଣା କାହାଣୀ

You are currently viewing ତାଳଚେରର କଳା ହୀରା ଓ ମା’ ହିଙ୍ଗୁଳା: ‘ଚରାପଥର’ରୁ ‘କୋଇଲା’ ହେବାର ଅଜଣା କାହାଣୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପଶ୍ଚିମ ପଟେ ସିଂହଡ଼ା ନଦୀ କୂଳରେ ଅବସ୍ଥିତ ମା’ ହିଙ୍ଗୁଳାଙ୍କ ପୀଠ ଏକ ଅତ୍ୟନ୍ତ ପବିତ୍ର ଶକ୍ତିପୀଠ ଭାବେ ଜଣାଶୁଣା। ଆଜି ଯେଉଁ କୋଇଲା ପାଇଁ ତାଳଚେର ସମଗ୍ର ବିଶ୍ୱରେ ‘ବ୍ଲାକ୍ ଡାଇମଣ୍ଡ୍’ ବା କଳା ହୀରାର ସହର ଭାବେ ପରିଚିତ, ପ୍ରାଚୀନ କାଳରେ ତାହା ମା’ଙ୍କ ସଂସ୍କୃତିର ଏକ ଗୁପ୍ତ ପ୍ରତୀକ ଥିଲା। ସେହି ସମୟରେ ଏହାକୁ କୋଇଲା ନୁହେଁ ବରଂ ‘ଚରାପଥର’ କୁହାଯାଉଥିଲା, ଯାହାର ଅର୍ଥ ହେଉଛି ପଥରରେ ଅଗ୍ନି ସଂଯୋଗ ହେଉଥିବା ପଥର। ଏହି ଚରାପଥର ମା’ ହିଙ୍ଗୁଳାଙ୍କ ଅଗ୍ନି ସ୍ୱରୂପର ପ୍ରତୀକ ହୋଇଥିବାରୁ ଏହାକୁ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ବ୍ରିଟିଶମାନେ ଏହାର ଗୁଣବତ୍ତା ପରଖି ଏହାକୁ କୋଇଲା ନାମରେ ନାମିତ କରିବା ସହ ବିଭିନ୍ନ ଶିଳ୍ପ ଓ କାର୍ଯ୍ୟରେ ବ୍ୟବହାର ଉପଯୋଗୀ କରାଇଥିଲେ।

ମା’ଙ୍କର ଏହି ମହିମା ଏତେ ଅପାର ଯେ, ଆଜିର ଆଧୁନିକ ଯୁଗରେ ମଧ୍ୟ ପରମ୍ପରାକୁ ସମ୍ମାନ ଜଣାଇ ଦେହୁରୀମାନେ ନିଜର କୌଣସି ପବିତ୍ର କାର୍ଯ୍ୟରେ କୋଇଲା ବ୍ୟବହାର କରନ୍ତି ନାହିଁ। ୧୫୭୫ ମସିହାରେ ତାଳଚେରର ପ୍ରଥମ ରାଜା ବୀରବର ହରିଚନ୍ଦନଙ୍କ ସମୟରୁ ଗୋପାଳଗଡ଼ ଠାରେ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଏହି ବିସ୍ତୀର୍ଣ୍ଣ ଅଞ୍ଚଳର ଭୂଗର୍ଭ କୋଇଲାରେ ପରିପୂର୍ଣ୍ଣ ଥିବାବେଳେ ମା’ଙ୍କୁ ଏଠାରେ ପ୍ରସିଦ୍ଧ ହିଙ୍ଗୁଳେଇ ଓ ହିଙ୍ଗୁଳାକ୍ଷୀ ଭାବେ ପୂଜା କରାଯାଏ। କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ବରଂ ଭାରତ ବାହାରେ କରାଚି ଓ କାବୁଲ ଭଳି ସ୍ଥାନରେ ମଧ୍ୟ ମା’ ହିଙ୍ଗୁଳାଙ୍କ ପୂଜା ସ୍ଥଳ ରହିଛି, ଯାହା ଏହି ପ୍ରାଚୀନ ଶକ୍ତି ଉପାସନାର ବ୍ୟାପକତାକୁ ପ୍ରମାଣିତ କରେ।

Share

Leave a Reply