ତାଳଚେର: ତାଳଚେର ପୌର ପରିଷଦର କାଉନସିଲ ବୈଠକ ଶୁକ୍ରବାର ଅଧ୍ୟକ୍ଷ ପବିତ୍ର ଭୁତିଆ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ନଗରପାଳ ଶ୍ରୀ ଭୁତିଆ କହିଥିଲେ ଯେ ବିଗତ ଦିନରେ ଘଟିଯାଇଥିବା ଘଟଣାକ୍ରମକୁ ଭୁଲି ସହରର ବିକାଶ ପାଇଁ କାର୍ଯ୍ୟ କରିବା। ଏ ଅବସରରେ ପୌରାଞ୍ଚଳରେ ସଦୃଢ଼ ପରିମଳ ବ୍ୟବସ୍ଥା, ଡ୍ରେନ ଓ ରାସ୍ତା ନିର୍ମାଣ ଉପରେ ଆଲୋଚନା କରାଯାଇଛି। ସଦସ୍ୟମାନେ ୱାର୍ଡର ସମସ୍ତ ପ୍ରକାର ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।
ବୈଠକର ନିଷ୍ପତ୍ତିକ୍ରମେ ପୌରାଞ୍ଚଳରେ ଏକ ମଲ ସ୍ଥାପନ, ସହରର ମୁଖଶାଳା ଫାଷ୍ଟ ଗେଟର ସୌନ୍ଦର୍ଯ୍ୟ କରଣ, ଘୋଡାଶାଳର ଗେଟ ମରାମତି, ନୂତନ ଟାଉନହଲ, ହତୋତୋଟା ପ୍ରଜାମଣ୍ଡଳ ନିର୍ମାଣ, ଯୋଜାଙ୍ଗି ପୋଖରୀ ଚତୁର୍ପାଶ୍ୱରେ ପାର୍କ, ସହରରେ ଥିବା ସରକାରୀ କୂଅ ଉପରେ ଗ୍ରୀଲ, ମ୍ୟୁନିସିପାଲଟି ଦୋକାନର ଗ୍ରୀଡିଙ୍ଗ ଓ ମରାମତି, ଫାଷ୍ଟ ଗେଟରେ କଲ୍ୟାଣ ମଣ୍ଡପ ନିର୍ମାଣ, ଆଜବେଷ୍ଟ ଦୋକାନ ଗୃହକୁ ଛାତ କରିବା ନେଇ ଆଲୋଚନା କରାଯାଇଛି।
ବୈଠକରେ ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନ, ଉପଜିଲ୍ଲାପାଳ ବିଶ୍ୱରଂଜନ ରଥ, ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପ୍ରତିନିଧି ଅରବିନ୍ଦ ବାରିକ, ସମସ୍ତ ୨୧ଟି ୱାର୍ଡର କାଉନସିଲର, ନୂତନ ନିର୍ବାହୀ ଅଧିକାରୀ ଚିନ୍ମୟୀ ଚେତନା ଦାସ, ପୌରଯନ୍ତ୍ରୀ ଜୟନ୍ତ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।