ତାଳଚେର ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

You are currently viewing ତାଳଚେର ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଅନୁଗୁଳ: ତାଳଚେର ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି। ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୂତିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏ ଅବସରରେ ସେ ତାଳଚେର ପୌର ପରିଷଦର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ପୌର ନିର୍ବାହୀ ଅଧିକାରୀ ଉପସ୍ଥିତ ରହି ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଉପନଗରପାଳ ଶୁଭସ୍ମିତା ପ୍ରଧାନ ଓ ପୌର ପରିଷଦର ସମସ୍ତ କାଉନସିଲର, କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ସମସ୍ତ କର୍ମଚାରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା।

ତେବେ ଗତ କିଛି ଦିନ ତଳେ ୧୧ ନମ୍ବର ୱାର୍ଡର କାଉନସିଲରଙ୍କ ଦ୍ୱିତୀୟ ପୁତ୍ର ଯୁବ ନେତା ପରେଶ ପଟ୍ଟନାୟକଙ୍କ ଅକାଳ ବିୟୋଗ ଯୋଗୁଁ କାର୍ଯ୍ୟକ୍ରମକୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା।

Share

Leave a Reply