ତାଳଚେରର ଜଣାଶୁଣା ବ୍ୟବସାୟୀ ବସନ୍ତ ସାହୁଙ୍କ ପରଲୋକ

You are currently viewing ତାଳଚେରର ଜଣାଶୁଣା ବ୍ୟବସାୟୀ ବସନ୍ତ ସାହୁଙ୍କ ପରଲୋକ

ତାଳଚେର: ତାଳଚେରର ଜଣାଶୁଣା ବ୍ୟବସାୟୀ ବସନ୍ତ ସାହୁଙ୍କର ଆଜି ୮୧ ବର୍ଷ ବୟସରେ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ସେ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ତାଳଚେର ସହର ୫ନମ୍ବର ୱାର୍ଡରେ ନୂଆ ବଜାର ସ୍ଥିତ ତାଙ୍କ ବାସ ଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶୋକ ବ୍ୟକ୍ତ କରିଥିଲେ।

ସ୍ବର୍ଗତ ସାହୁ ତାଳଚେରର ସର୍ବ ପୁରାତନ ରାଇଫୁଲ କ୍ଳବର ପ୍ରତିଷ୍ଠାତା ସଦସ୍ୟ ଓ ଏଗଜିକ୍ୟୁଟିଭ ମେମ୍ବର ଥିଲେ। ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଦୟାଳୁ ଓ ଧର୍ମ ପରାୟଣ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ।
ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ମହେଶ ସାହୁ ଶୋକ ବାର୍ତ୍ତାରେ ଗଭୀର ଶୋକବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

ସେହିପରି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ,,ନଗରପାଳ ପବିତ୍ର ଭୁତିଆ, ବିଜେପି ନେତା ମନୋଜ ପ୍ରଧାନ, ବିଭୁତି ପ୍ରଧାନ, ବରିଷ୍ଠ ବିଜେଡି ନେତା ବାନମ୍ବର ଭୁତିଆ, ସମବାୟ ବ୍ୟାଙ୍କ ସଭାପତି ଦୀପକ ଥମ୍ବ, କାଉନସିଲର ସଂଜୀବ ବେହେରା, ଯଶୋବନ୍ତ ମିଶ୍ର, ଜିତେନ୍ଦ୍ର ଦାସ, ପୁପୁନା ଦାସ, ରାଜୀବ ରାଉତ, ଧୀରେନ ଶତପଥୀ, ରାଇଫୁଲ କ୍ଳବ ପକ୍ଷରୁ ବାବୁଲା ସାହୁ, କଂଗ୍ରେସ ନେତା ବଜରଙ୍ଗ ଅଗ୍ରୱାଲ, ତପନ ମହାରଣା, ରୋହିତ ବେହେରାଙ୍କ ସମେତ ବହୁ ଅନୁଷ୍ଠାନ,ରାଜନୈତିକ ଦଳର କର୍ମକର୍ତ୍ତା, ବ୍ୟବସାୟୀ ସଂଘ ଶେଷ ଦର୍ଶନ କରିଥିଲେ।

Share

Leave a Reply