ତାଳଚେର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ: ନିର୍ଦ୍ଧାରିତ ସମୟ ଭିତରେ ନୀତିକାନ୍ତି ସାରିବା ଉପରେ ଗୁରୁତ୍ୱାରୋପ

You are currently viewing ତାଳଚେର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ: ନିର୍ଦ୍ଧାରିତ ସମୟ ଭିତରେ ନୀତିକାନ୍ତି ସାରିବା ଉପରେ ଗୁରୁତ୍ୱାରୋପ

ତାଳଚେର : ତାଳଚେରରେ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ତାଳଚେର ରଥଯାତ୍ରା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗଦେଇଥିଲେ। ବୈଠକରେ ଚଳିତ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଓ ସୁଚାରୁ ରୂପେ କରିବା ନେଇ ଆଲୋଚନା କରାଯାଇଥିଲା। ଏ ଅବସରରେ ନିର୍ଦ୍ଧାରିତ ସମୟ ଭିତରେ ନୀତିକାନ୍ତି ସାରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ରଥ ନିର୍ମାଣ ପାଇଁ କାଠର ଆବଶ୍ୟକତା ଉପରେ ମୁଖ୍ୟ ମହାରଣା ସନାତନ ମହାରଣା ଓ ଭାଗିରଥି ମହାରଣାଙ୍କ ପରାମର୍ଶ କ୍ରମେ କାଠର ବ୍ୟବସ୍ଥା କରାଯାଇଥିବା ଉପଜିଲ୍ଲାପାଳ ପ୍ରକାଶ କରିଥିଲେ।

ସେହିପରି ବିଦ୍ୟୁତ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଦମକଳ ବିଭାଗ, ତାଳଚେର ପୌର ପରିଷଦକୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ରଥର ଚାରିପଟେ ଇନର ଓ ଆଉଟର ଦୁଇଟି ପର୍ଯ୍ୟାୟରେ କର୍ଡନ କରାଯିବା ବୋଲି ନିଷ୍ପତ୍ତି ହୋଇଛି।

ବୈଠକରେ ନଗରପାଳ ପବିତ୍ର ଭୂତିଆ, ତାଳଚେର ଏସଡିପିଓ ମାନସ ରଞ୍ଜନ ବାରିକ, ତହସିଲଦାର ଡଃ. ରୋଜାଲିନ ବେହେରା, ତାଳଚେର ପୌରନିର୍ବାହୀ ଅଧିକାରୀ ବଳୟ ଦେହୁରୀ, ବିଡିଓ ଚିନ୍ମୟୀ ଚେତନା ଦାସ, ତାଳଚେର ରାଜକୁମାର ବିଜେୟନ୍ଦ୍ର ଚନ୍ଦ୍ର ଦେବ, ଦେବୋତ୍ତର ବିଭାଗ ମୁଖ୍ୟ ପଙ୍କଜ ଲୋଚନ ପତି, ତାଳଚେର ଥାନା ଅଧିକାରୀ ଦିଗ୍ବି ବିଜୟ ବିଶ୍ୱାଳ, ଟ୍ରକ ମାଲିକ ସଂଘ ସଭାପତି ଅରବିନ୍ଦ ଭୂତିଆ, ବରିଷ୍ଠ ସାମ୍ବାଦିକ ତପନ ମହାରଣା, ବିକାଶ ସାହୁ, ରଶ୍ମିରଞ୍ଜନ ମିଶ୍ର, ଦେବୀ ମିଶ୍ର, ପୂର୍ବତନ ନଗରପାଳ କେଶବ ଭୂତିଆ, ସଂଜୀବ ପଟ୍ଟନାୟକ, ବାବୁନି ସ୍ୱାଇଁ, ବରିଷ୍ଠ ଓକିଲ ପେସ୍କାର ଗଡନାୟକ, ଦୟାସଗାର ମିଶ୍ର, ସମାଜ ସେବୀ ଦୀପକ ଥମ୍ବ, ସ୍ୱାଧୀନ ଥମ୍ବ, ଯଶୋବନ୍ତ ମିଶ୍ର, ସନ୍ତୋଷ ବେହେରା, ସୌଭାଗ୍ୟ ମହାରଣା, ବିଜୟ ଦେବତା, ପୂର୍ବତନ କାଉନସିଲର ପ୍ରଶାନ୍ତ ଦାସ, ରୋହିତ ବେହେରା, ଜଙ୍ଗଲ ବିଭାଗର ସୁକାନ୍ତି ଦେଇ, ପୌରପାଳିକା ମୁଖ୍ୟ ସହାୟକ ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply