ତାଳଚେରରେ ଉପଖଣ୍ଡସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

You are currently viewing ତାଳଚେରରେ ଉପଖଣ୍ଡସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ ଛକ ସ୍ଥିତ ପାୟନିୟର୍ସ କ୍ଲବ ପକ୍ଷରୁ ଉପଖଣ୍ଡସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗାନ୍ଧୀବାଦକୁ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଶାସ୍ତ୍ରୀଙ୍କ ପରି ସମୟାନୁବର୍ତ୍ତୀ ହେବାକୁ ଆହ୍ୱାନ ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ତାଳଚେର ଉପଜିଲ୍ଲାପାଳ ଆଇଏଏସ୍ ସମୀର ଜେନା, ସମ୍ମାନିତ ଅତିଥି ଭାବେ ତାଳଚେର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାନସ ରଞ୍ଜନ ବାରିକ, ପାୟନିୟର୍ସ କ୍ଲବର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଦେବୀ ମିଶ୍ର, ପୌର ନିର୍ବାହୀ ଅଧିକାରୀ ବଳୟ କୁମାର ଦେହୁରୀ, ତାଳଚେର ଉପଖଣ୍ଡ ଚିକିତ୍ସାଳୟ ଏସଡିଏମ ଡାକ୍ତର ଅରବିନ୍ଦ ନନ୍ଦି, ପ୍ରେସ କ୍ଲବ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ବରିଷ୍ଠ ସରକାରୀ ଓକିଲ ଗିରିଜା ଶଙ୍କର ମିଶ୍ର, ପାୟନିୟର୍ସ କ୍ଲବର ସଂଯୋଜକ ତଥା ସାମ୍ବାଦିକ ତପନ କୁମାର ମହାରଣା, ଭାଗ୍ୟରଥୀ ମହାପାତ୍ର, ବିରଜା ଶଙ୍କର ମିଶ୍ର, ସୌଭାଗ୍ୟ ମହାରଣା, ପ୍ରଦୀପ ମହାରଣା, ଦେବାଶିଷ ପରିଡ଼ା, ବରିଷ୍ଠ ଶିକ୍ଷାବିତ ପ୍ରଧାନ ଆଚାର୍ଯ୍ୟ, ମାୟାଧର ସାହୁ, ସିଟିଜେନ ଫୋରମର ଆବାହକ ଜିତେନ୍ଦ୍ର ମହାପାତ୍ର, ବରିଷ୍ଠ ସମାଜସେବୀ କ୍ଷୀରୋଦ ସାହୁ, ଅନୁଗୁଳ ସଂଯୁକ୍ତ ବ୍ୟାଙ୍କର ସଭାପତି ସନ୍ତୋଷ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ତାଳଚେର ଫାଷ୍ଟ ଗେଟ ସ୍ଥିତ ରାମଚନ୍ଦ୍ର ବଜାର ଠାରେ ଜିତେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଗାନ୍ଧି ଜୟନ୍ତୀ ପାଳିତ ହୋଇଛି। ଏଥିରେ ସମାଜ ସେବୀ ବିଭୂତି ସାହୁ, ଚୈତନ୍ୟ ପ୍ରଧାନ, ବଳରାମ କୁଣ୍ଡ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ମାନସ ରଞ୍ଜନ ଆଚାର୍ଯ୍ୟ, ବରିଷ୍ଠ ନାଗରିକ ପ୍ରଫୁଲ୍ଲ ବେହେରା, ଆନନ୍ଦ ଦାସ, ବାପି ମହାନ୍ତି, ପରିବେଶବିତ ବାଉରୀ ବନ୍ଧୁ ବେଜ, ଶିକ୍ଷାବିତ ଶୋଭାଗିନୀ ଦେବୀ, ବିଜେପି ନେତା ଯଯାତି ପଟ୍ଟନାୟକ, ରଞ୍ଜିତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply