ତୁଟିଲା ଟ୍ରକ ବିବାଦ: ତାଳଚେର ଓ ଛତିଶଗଡ଼ ମଧ୍ୟରେ ସ୍ୱାଭାବିକ ହେଲା କୋଇଲା ପରିବହନ

You are currently viewing ତୁଟିଲା ଟ୍ରକ ବିବାଦ: ତାଳଚେର ଓ ଛତିଶଗଡ଼ ମଧ୍ୟରେ ସ୍ୱାଭାବିକ ହେଲା କୋଇଲା ପରିବହନ

ତାଳଚେର: ତୁଟିଲା ଟ୍ରକ ଚଳାଚଳ ବିବାଦ। ଗତ କିଛି ଦିନ ଧରି ତାଳଚେର- ଛତିଶଗଡ ମଧ୍ୟରେ ଦେଖାଦେଇଥବା ଟ୍ରକ ପରିବହନ ସମସ୍ୟାରେ ପୂର୍ଣ୍ଣଚ୍ଛେଦ ପଡିଛି। ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଛି।

ସୂଚନାଯୋଗ୍ୟ ଯେ ତାଳଚେର ଅଞ୍ଚଳରୁ କୋଇଲା ନେଇ ଛତିଶଗଡ଼ ଯାଇଥିବା କିଛି ଟ୍ରକକୁ ଛତିଶଗଡରେ ଅଟକ ରଖାଯାଇଥିଲା। ପରେ କୋଇଲା ପରିବହନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଛତିଶଗଡ଼ର କିଛି ଟ୍ରକକୁ ତାଳଚେର ଲୋକେ ଅଟକ ରଖିଥିଲେ। ଏହି ବିବାଦ ଉଗ୍ରରୂପ ନେବା ପରେ ଆଜି ସମ୍ବଲପୁର ଟ୍ରକ ମାଲିକ ସଂଘର ସଭାପତି ରାଜେନ୍ଦ୍ର ସିଂହଙ୍କ ମଧ୍ୟସ୍ଥତାରେ ଡାକରା ପାଇ ତାଳଚେର ଟ୍ରକ ମାଲିକ ସଂଘର ସଭାପତି ଅରବିନ୍ଦ ଭୂତିଆଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ରତନ ଶତପଥୀ, ହୃଦୟ ପ୍ରଧାନ, ମାନସ ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଆଲୋଚନା କରିଥିଲେ। ଫଳରେ ସମସ୍ୟାର ସମାଧାନ ହୋଇଛି। ଏବେ ଅଟକ ରହିଥିବା ଟ୍ରକ ଚଳାଚଳ ସ୍ବାଭାବିକ ହୋଇଛି ବୋଲି ତାଳଚେର ଟ୍ରକ ମାଲିକ ସଂଘର ସଭାପତି କହିଛନ୍ତି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଯୋଗୁ ଏହି ବିବାଦ ସମାଧାନ ସହଜ ହୋଇପାରିଛି ବୋଲି ସଂଘ କହିଛି।

Share

Leave a Reply