କ୍ରୀଡା ଛାତ୍ରାବାସ ପାଇଁ ପ୍ରତିଭା ଅନ୍ୱେଷଣ

You are currently viewing କ୍ରୀଡା ଛାତ୍ରାବାସ ପାଇଁ  ପ୍ରତିଭା ଅନ୍ୱେଷଣ

ଅନୁଗୁଳ: କ୍ରୀଡା ଛାତ୍ରାବାସ ପାଇଁ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଆଜି ଅନୁଗୁଳ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଛି। ଅନୁଗୁଳ ଜିଲ୍ଲାର ବିଭିନ୍ନ ବ୍ଲକରୁ ୪୪ ଜଣ ଓ ବୌଦ୍ଧ ଜିଲ୍ଲାରୁ ୩ ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଶାରୀରିକ କ୍ରୀଡା ନିରୀକ୍ଷକ ପ୍ରଶାନ୍ତ ସିହ୍ନା, କ୍ରୀଡା ଶିକ୍ଷକ ବିନୋଦ ଦେହୁରୀ, ଅମୀୟ ସାହୁ ଆଶିଷ ବେହେରା, ଏଲିଜାବେଥ ସାହୁ, ନିବେଦିତା
ସାମଲ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ। ଏହି ଦୌଡ କୁଦ ପ୍ରତିଯୋଗିତା ପରେ ଆସନ୍ତା ୪ ତାରିଖରେ କବାଡି, ୬ ରେ ଭଳିବଲ, ୮ ରେ ଖୋଖୋ ଓ ୯ ତାରିଖରେ ସନ୍ତରଣ ପାଇଁ ପ୍ରତିଭା ଚୟନ କରାଯିବ ।

Share

Leave a Reply