ଆଜି ବନାନ୍ତୁ ଟମାଟୋ ରାଇସ୍‌, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

You are currently viewing ଆଜି ବନାନ୍ତୁ ଟମାଟୋ ରାଇସ୍‌, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ : ଚାଉଳ, ତେଲ, ସୋରିଷ, ଜିରା, ଚଣା ଡାଲି, ମେଥି, ଡାଳଚିନି, ଲବଙ୍ଗ, ଭୃସଙ୍ଗ ପତ୍ର, କାଜୁ, ପିଆଜ, କଞ୍ଚାଲଙ୍କା, ଟମାଟର, ଅଦା ରସୁଣ ପେଷ୍ଟ, ହଳଦୀ, କାଶ୍ମୀର ଲାଲ ଗୁଣ୍ଡ, ଧନିଆ ପାଉଡର, ଲୁଣ, ପୁଦିନା, ଧନିଆ ପତ୍ର।

ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ଗ୍ୟାସରେ ପ୍ୟାନ୍‌ ରଖି ତେଲ ଗରମ କରନ୍ତୁ। ତା’ ପରେ ସେଥିରେ ସୋରିଷ, ଜିରା, ମେଥି, ଡାଳଚିନି, ଲବଙ୍ଗ, ଭୃସଙ୍ଗ ପତ୍ର, କଞ୍ଚାଲଙ୍କା ଏବଂ ଚଣା ଡାଲି ପକାଇ ଅଳ୍ପ ଭାଜନ୍ତୁ। ତା’ ପରେ କାଜୁ ପକାଇ ଅଳ୍ପ ଭାଜନ୍ତୁ। ସେଥିରେ ପିଆଜ ପକାଇ ଅଳ୍ପ ସମୟ ଭାଜନ୍ତୁ।

ଏବେ ସେଥିରେ ଟମାଟର ପକାଇ ଅଳ୍ପ ଆଞ୍ଚରେ ରାନ୍ଧନ୍ତୁ। ସେଥିରେ ଅଦା ଓ ରସୁଣ ପେଷ୍ଟ, ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର ଏବଂ ଲୁଣ। ପୁଦିନା ପତ୍ର ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଟମାଟର ଭଲ ଭାବେ ମିଶିଗଲେ ସେଥିରେ ଭାତ ପକାଇ ଦେଇ ଅଳ୍ପ ଆଞ୍ଚରେ ଧୀରେ ଧୀରେ ମିଶାନ୍ତୁ। ୫ ମିନିଟ ଯାଏ ଭଲଭାବେ ମିଶାଇବା ପରେ ଧନିଆପତ୍ର ପକାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟମାଟୋ ରାଇସ।

Share

Leave a Reply