ତନିସ୍କର ରଥଯାତ୍ରା କଲେକ୍ସନ ‘ଦିବ୍ୟାନୀ’ ଉନ୍ମୋଚିତ, ଉପସ୍ଥାପନ କରୁଛି ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରା

You are currently viewing ତନିସ୍କର ରଥଯାତ୍ରା କଲେକ୍ସନ ‘ଦିବ୍ୟାନୀ’ ଉନ୍ମୋଚିତ, ଉପସ୍ଥାପନ କରୁଛି ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରା

ଅନୁଗୁଳ: ଭରସାଯୋଗ୍ୟ ଗହଣା ବ୍ରାଣ୍ଡ ତନିସ୍କ ରଥଯାତ୍ରା ଉପଲକ୍ଷେ ଏକ ସ୍ବତନ୍ତ୍ର ଗହଣା କଲେକ୍ସନ ‘ଦିବ୍ୟାନୀ’ର ଉନ୍ମୋଚନ କରିଛି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟଗୌରବକୁ ପାଳନ କରିବା ପାଇଁ ଏହି ଗହଣା ସମ୍ଭାରକୁ ଅଣାଯାଇଛି । ତନିସ୍କର ରିଟେଲ ମୁଖ୍ୟ ଭିଜେଶ ରାଜନ, ଟାଇଟନ କମ୍ପାନି ଲିମିଟେଡର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ(ପୂର୍ବ) ସୋମପ୍ରଭ ସିଂହ ଏବଂ ତନିସ୍କର ଆଞ୍ଚଳିକ ବ୍ୟବସାୟ ପ୍ରବନ୍ଧକ(ପୂର୍ବ) ଆଲୋକ ରଞ୍ଜନ ଏହାକୁ ଉନ୍ମୋଚିତ କରିଥିଲେ। ବ୍ରାଣ୍ଡ ପକ୍ଷରୁ ହୀରା ମୂଲ୍ୟ ଉପରେ ଏବଂ ସୁନା ଗହଣା ଗଢ଼ା ମୂଲ୍ୟରେ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି।ରାଜ୍ୟରେ ଥିବା ସମସ୍ତ ତନିସ୍କ ଷ୍ଟୋରରେ ଏ ଅଫର ସୀମିତ ସମୟ ପାଇଁ ଉପଲବ୍ଧ। କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ଆରମ୍ଭ କରି ଭୁବନେଶ୍ବରସ୍ଥିତ ଲିଙ୍ଗରାଜ ଏବଂ ମୁକ୍ତେଶ୍ଵର ମନ୍ଦିରର ବିସ୍ତୃତ ଖୋଦିତ ଚିତ୍ର ଓ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଢାଞ୍ଚାକୁ ଗହଣାଗୁଡ଼ିକରେ ସ୍ଥାନିତ କରାଯାଇଛି। ଓଡ଼ିଶାର ସମୃଦ୍ଧ ପରମ୍ପରା ଏବଂ ସ୍ଥାପତ୍ୟକୁ ଏହା ଦର୍ଶାଉଛି। ଖାଲି ସେତିକି ନୁହେଁ, ଇକତ୍ ଏବଂ ପଟ୍ଟଚିତ୍ର ଭଳି ସ୍ଥାନୀୟ କଳାକୁ ବି ଏହି କଲେକ୍ସନ ମାଧ୍ୟମରେ ଉପସ୍ଥାପିତ କରାଯାଇଛି। ଜଟିଳ ତାରକସି, ଲେଜରକଟିଙ୍ଗ୍ ଏବଂ ୩-ଡାଇମେନ୍ସନାଲ ଷ୍ଟେଫି-ଇନ୍ ୟୁନିଟ୍ ଗୁଡ଼ିକ ଜରିଆରେ ଏହି କଲେକ୍ସନ ଭାରତର ଶକ୍ତିଶାଳୀ କଳାକୁ ପ୍ରଦର୍ଶନ କରୁଛି। ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ତନିସ୍କର ମାନିକ ହଂସ ଉପସ୍ଥିତ ଥିଲେ।

Share

Leave a Reply