ମଞ୍ଚାରେ ଶୋଇଥିଲେ ତଣ୍ଟି କାଟିଦେଲେ ଦୁର୍ବୃତ୍ତ

You are currently viewing ମଞ୍ଚାରେ ଶୋଇଥିଲେ ତଣ୍ଟି କାଟିଦେଲେ ଦୁର୍ବୃତ୍ତ

ଅନୁଗୁଳ: ରବିବାର ରାତିରେ ଅନୁଗୁଳ ଜିଲ୍ଲା ପୁରୁଣା କୋଟ ଥାନା ଓଳାବିର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତି ସେହି ଗାଁର ବିଶ୍ଵନାଥ ବର୍ଗିଆ।

ସୂଚନା ଯେ, ବିଶ୍ଵନାଥ ବନ୍ୟଜନ୍ତୁଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ ନିଜ ଚାଷ ଜମି ନିକଟରେ ମଞ୍ଚା କରି ରାତିରେ ଜଗିଥାନ୍ତି ।ସବୁଦିନ ପରି ଗତକାଲି ରାତିରେ ମଞ୍ଚା ଉପରେ ରହି ଫସଲକୁ ଜଗିଥିଲେ। ମାତ୍ର ରାତିରେ କେହି ଦୁର୍ବୁର୍ତ୍ତ ତାଙ୍କୁ ମାରଣାସ୍ତ୍ରରେ ହାଣିଦେଇଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।ବିଶ୍ଵନାଥଙ୍କ ଚିତ୍କାର ଶୁଣି ଗାଁ ଲୋକେ ଦଉଡି ଆସିଥିଲେ କିନ୍ତୁ ସେତେବେଳକୁ ବିଶ୍ଵନାଥଙ୍କ ମୃତ୍ୟୁ ହୋଇସାରିଥିଲା । ହତ୍ୟାକାଣ୍ଡ ନେଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Share

Leave a Reply