ବନ୍ତଳାରେ ଶାଳ କାଠ ସହ ଟାଟା ଏସି ଗାଡ଼ି ଜବତ

You are currently viewing ବନ୍ତଳାରେ ଶାଳ କାଠ ସହ ଟାଟା ଏସି ଗାଡ଼ି ଜବତ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ବନ ବିଭାଗ ଗୁରୁବାର ମଧ୍ୟାହ୍ନରେ ଚୋରା ଶାଳ କାଠ ବୋଝେଇ ଏକ ଟାଟା ଏସି ଗାଡ଼ି (OR 29A 0747) ଜବତ କରିଛି। ଅନୁଗୋଳ ବ୍ଲକର ଇଙ୍କରବନ୍ଧ ଗାଁ ନିକଟସ୍ଥ ବଉଳି ନାଳ ବ୍ରିଜ ପାଖରେ ୫.୩୯ କ୍ୟୁବିକ ଫୁଟ ଶାଳ ପଟା ବୋଝେଇ ହୋଇ ଯାଉଥିବା ଏହି ଗାଡ଼ିକୁ ବିଶ୍ୱସ୍ତ ସୂଚନା ଆଧାରରେ ବନ ବିଭାଗ ଜବତ କରିଛି।

ବନ୍ତଳା ବନପାଳ ପ୍ରଶନ୍ନ କୁମାର ସାହୁଙ୍କ ନେତୃତ୍ୱରେ ଫରେଷ୍ଟର ଶ୍ରୀନିବାସ ସାହୁ, ରଶ୍ମିରଞ୍ଜନ ସେଠୀ, ଆଦିକନ୍ଦ ପ୍ରଧାନ, ତ୍ରିନାଥ ଭୋଇ, ଫରେଷ୍ଟ ଗାର୍ଡ ସୁମନ୍ତ ସାହୁ, ଗଜସାଥୀ ଟଙ୍କଧର ସାହୁ ଓ ପ୍ରଶାନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଓ କାଠ ଜବତ କରିଥିଲେ। ତେବେ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବନପାଳ ସାହୁ କହିଛନ୍ତି ଯେ, ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

Share

Leave a Reply