ଅନୁଗୁଳ: ଫେବ୍ରୁଆରୀ ମାସର ଦରମା ପାଇନାହାନ୍ତି ଶିକ୍ଷକ। ଏଣୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକରେ କାର୍ଯ୍ୟରତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢାଉଥିବା ଶିକ୍ଷକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିକ୍ଷକଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ମାସର ଶେଷ ତାରିଖ ସମସ୍ତ ଶିକ୍ଷକଙ୍କୁ ଦରମା ମିଳେ। କିନ୍ତୁ ଚଳିତ ମାସ ଦରମା ମିଳିନାହିଁ। ଆଠମଲ୍ଲିକ ବିଇଓଙ୍କ ବଦଳି ହୋଇଯାଇଥିବାରୁ ଏହି ଅସୁବିଧା ସୃଷ୍ଟି ହୋଇଥିବା ଜଣାପଡିଛି। ବିଇଓଙ୍କ ଦାୟିତ୍ଵ ଆଠମଲ୍ଲିକ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଦିଆଯାଇଛି। ତଥାପି ଦରମା ମିଳିନଥିବାରୁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଶିକ୍ଷକ ମାନେ ଦାବି କରିଛନ୍ତି। ଏ ନେଇ ଭାରପ୍ରାପ୍ତ ବିଇଓ ସୁନିଲ କୁମାର ପ୍ରଧାନ କୁହନ୍ତି, ଶିକ୍ଷକଙ୍କୁ ଦରମା ଦେବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ।
ଫେବ୍ରୁଆରୀ ମାସର ଦରମା ପାଇନାହାନ୍ତି ଶିକ୍ଷକ, ଜାହିର କଲେ ଅସନ୍ତୋଷ
- Post published:March 8, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
