ଆହୁରି ବଢିବ ଶୀତ: ୧୫ ଡିଗ୍ରୀ ତଳେ ଅନୁଗୁଳ ସହରର ତାପମାତ୍ରା

You are currently viewing ଆହୁରି ବଢିବ ଶୀତ: ୧୫ ଡିଗ୍ରୀ ତଳେ ଅନୁଗୁଳ ସହରର ତାପମାତ୍ରା

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଏବେ ଆରମ୍ଭ ହୋଇଯାଇଛି ଶୀତର ଲହରୀ । ପାରଦ କ୍ରମଶଃ ତଳକୁ ଖସିବାରେ ଲାଗିଛି । ଗତକାଲି ୧୩ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି ।

ଅନୁଗୁଳରେ ୧୪.୬, ଝାରସୁଗୁଡ଼ାରେ ୧୨, ସୁନ୍ଦରଗଡ଼ରେ ୧୨.୫, ଫୁଲବାଣୀରେ ୧୩, ଦାରିଙ୍ଗିବାଡି଼ରେ ୧୩, କେନ୍ଦୁଝରରେ ୧୩.୨, ଭବାନୀପାଟଣାରେ ୧୩.୨, ଦେବଗଡ଼ରେ ୧୩.୪, ବରଗଡ଼ରେ ଓ ୧୩.୮ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ସୋନପୁରରେ ୧୪.୨, ବୌଦ୍ଧରେ ୧୪.୫, ସମ୍ବଲପୁରରେ ୧୪.୬, ବାଲେଶ୍ୱରରେ ୧୪.୬,ସମ୍ବଲପୁରରେ ୧୪.୬ ଓ ହୀରାକୁଦରେ ୧୪.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ଭିତରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କଇଛି ।

Share

Leave a Reply