ଛେଣ୍ଡିପଦା: ଛେଣ୍ଡିପଦା ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବ୍ୟାଙ୍କ୍ (ନାବାର୍ଡ) ସ୍ଵେଚ୍ଛାସେବୀ ସଂଗଠନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ, ଉତ୍ପାଦକ ସଂଘ ଏବଂ ତୁକୁଡ଼ା ପଞ୍ଚାୟତର ସହଯୋଗରେ ପଞ୍ଚାୟତ ସ୍ଥିତ ତାଲିମ୍ ଗୃହ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଦଳର ଦକ୍ଷତା ବୃଦ୍ଧି ନିମନ୍ତେ ଟେରାକୋଟା କାର୍ଯ୍ଯକ୍ରମ ସମ୍ବନ୍ଧୀୟ ସଚେତନତା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ନାବାର୍ଡ ଅନୁଗୁଳର ଅଧିକାରୀ ଆଶୁତୋଷ ରାୟ ଉଦଘାଟନ କରିଥିଲେ। ସଂପାଦକ ବୁଦ୍ଧଦେବ ଦାସ୍ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ଟେରାକୋଟା କାର୍ଯ୍ୟକ୍ରମ ଦ୍ବାରା କିପରି ଆର୍ଥିକ ନିର୍ଭରଶୀଳ ହୋଇପାରିବେ ସେ ନେଇ ଅବଗତ କରାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଜୟ ବେହେରା, ମନୋରଞ୍ଜନ ସ୍ଵାଇଁ, ମମତା ଉଦ୍ୟୋଗର ମମତା ରାନୀ ବିଶି ମାଝୀ, ଗୋଷ୍ଠୀ ସାଧନ ବ୍ୟକ୍ତି ବବିତା ଦାସ, ଦିଲ୍ଲୀପ କୁଅଁର, ସୁଦର୍ଶନ ବଳ, ପ୍ରଭାତ ବୈଦ୍ୟ, ପଦ୍ମାଳୟା ବିଶିମାଝୀ ପ୍ରମୁଖ ସହଯୋଗ କରିଥିଲେ।। କାର୍ଯ୍ୟକ୍ରମରେ ୩୫ ରୁ ଅଧିକ ସଦସ୍ୟା ଭାଗ ନେଇଥିଲେ।