ଜରପଡାଠାରେ ଭୟଙ୍କର ସଡ଼କ ଦୁର୍ଘଟଣା

You are currently viewing ଜରପଡାଠାରେ ଭୟଙ୍କର ସଡ଼କ ଦୁର୍ଘଟଣା

ଅନୁଗୁଳ : ରବିବାର ସକାଳେ ୫୫ ନମ୍ୱର୍ ଜାତୀୟ ରାଜପଥର ଜରପଡା ଛକ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଆମ୍ବୁଲାନ୍ସଟି ବଲାଙ୍ଗୀରରୁ ରୋଗୀ ଧରି ବୁର୍ଲା ଆସିଥିଲା। ଅବସ୍ଥା ଗୁରୁତର ଥିବାରୁ ବୁର୍ଲାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିଲା। ଆମ୍ବୁଲାନ୍ସରେ ରୋଗୀ, ଡ୍ରାଇଭର ସମେତ ମୋଟ୍ ୭ ଜଣ ଥିଲେ। ଦୁର୍ଘଟଣାରେ ଡ୍ରାଇଭର, ରୋଗୀ ସମେତ ୪ ଜଣ ଘଟଣାସ୍ଥଳରେ ଆଖି ବୁଜିଥିଲେ। ଡ୍ରାଇଭର ନିଜେ ଗାଡି ମାଲିକ ବୋଲି ଜଣାପଡିଛି। ଟ୍ୟାଙ୍କର ମାଲିକଙ୍କୁ ପୁଲିସ୍ ଅଟକ ରଖିଛି।

Share

Leave a Reply