CADLAB

ସଂକ୍ରମଣ ଉପରମୁହାଁ, ୯ ନୂଆ ପଜିଟିଭ

0

ଅନୁଗୁଳ: ଉପରମୁହାଁ ହୋଇଛି କରୋନା ସଂକ୍ରମଣ । କିଛି ଦିନ ହେଲା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ସର୍ବାଧିକ ୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ୩୮୭ରେ ପହଞ୍ଚିଛି । ମଙ୍ଗଳବାର ଚିହ୍ନଟ ୯ ଆକ୍ରାନ୍ତଙ୍କ ମଧ୍ୟରୁ ଛେଣ୍ଡିପଦା ବ୍ଳକର ସର୍ବାଧିକ ୭ ଜଣ ପୁରୁଷ ରହିଛନ୍ତି । ସେହିପରି ଅନୁଗୁଳ ପୌରାଞ୍ଚଳରୁ ଜଣେ ପୁରୁଷ ଓ ଜଣେ ମହିଳା କରୋନା କବଳିତ ହୋଇଛନ୍ତି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡରେ ଭର୍ତ୍ତି କରାଯାଉଥିବାବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣବିହୀନ ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସରେ ରଖାଯାଇ ନିରୀକ୍ଷଣ କରାଯାଉଛି । ଅପରପକ୍ଷରେ ଆଜି ହୋମ୍ ଆଇସୋଲେସରେ ଥିବା ୨ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.