ତାଳଚେର ଫର୍ଟିଲାଇଜରର ସାମ୍ବାଦିକ ସମ୍ମିଳନୀ: ନୂତନ ପ୍ରକଳ୍ପର ଅଗ୍ରଗତି ନେଇ ସୂଚନା ଦେଲେ ଟିଏଫଏଲର ବରିଷ୍ଠ ଅଧିକାରୀ

You are currently viewing ତାଳଚେର ଫର୍ଟିଲାଇଜରର ସାମ୍ବାଦିକ ସମ୍ମିଳନୀ: ନୂତନ ପ୍ରକଳ୍ପର ଅଗ୍ରଗତି ନେଇ ସୂଚନା ଦେଲେ ଟିଏଫଏଲର ବରିଷ୍ଠ ଅଧିକାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଫର୍ଟିଲାଇଜର ଟାଉନସିପ୍ ସ୍ଥିତ ଭଞ୍ଜ ମଣ୍ଡପ ଠାରେ ଟିଏଫଏଲ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଟିଏଫଏଲର ଏମଡି ବିବେକ ଶ୍ରୀବାସ୍ତବ, ଡାଇରେକ୍ଟର ଅପରେସନ୍ ଶ୍ୟାମଲ ରାୟ ଯୋଗଦେଇ ଜଗନ୍ନାଥଙ୍କ ପାଖରେ ଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସମ୍ମିଳନୀରେ କଂପାନୀର ମୁଖ୍ୟ ପ୍ରବନ୍ଧକ (ସମ୍ପର୍କ) ସୁମନ୍ତ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ। ପରେ ଆଜି ସମ୍ବିଧାନ ଦିବସ ଅବସରରେ ମାନବ ସମ୍ବଳ ମୁଖ୍ୟ ପ୍ରବନ୍ଧକ ପ୍ରଶାନ୍ତ ରାଉତ ଅତିଥିଙ୍କୁ ସମ୍ବିଧାନର ଶପଥ ପାଠ କରାଇଥିଲେ। ମୁଖ୍ୟ ପ୍ରବନ୍ଧକ ସିଭିଲ୍ ଅଖିଳ ଶତପଥୀ ପ୍ରକଳ୍ପର ଅଗ୍ରଗତି ଓ ଆଗାମୀ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଏମ୍‌.ଡି. ଶ୍ରୀ ଶ୍ରୀବାସ୍ତବ କହିଥିଲେ ଯେ ଚଳିତ ୨୦୨୫ ସେପ୍ଟେମ୍ବର ମାସ ୨୬ ତାରିଖରେ ତାଳଚେରରେ ଟ.୧୨,୨୫୦ କୋଟି ଟଙ୍କାର ଋଣ ଚୁକ୍ତିପତ୍ର ସହ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଅତିକ୍ରମ କରିଛି। ଗତ ୧୮ ଅକ୍ଟୋବର ୨୦୨୫ ରେ ଟିଏଫଏଲ୍ ଓ ତାହାର ପ୍ରୋତ୍ସାହକଙ୍କ ସହ ଏକ ଚୁକ୍ତି ସ୍ୱାକ୍ଷର କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ସିଇଓ ସୁନିଲ୍ ପେଭକରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଶେଷରେ ମାନବ ସମ୍ବଳ ବିଭାଗ ମୁଖ୍ୟ ଅନନ୍ତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply