ଅନୁଗୁଳରେ ହେବ ୭୦ତ୍ତମ ସିନିୟର ରାଜ୍ୟ କବାଡି ଚମ୍ପିୟାନସିପ

You are currently viewing ଅନୁଗୁଳରେ ହେବ ୭୦ତ୍ତମ ସିନିୟର ରାଜ୍ୟ କବାଡି ଚମ୍ପିୟାନସିପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାରେ ୭୦ତ୍ତମ ସିନିୟର ରାଜ୍ୟ କବାଡି ଚମ୍ପିୟାନସିପି(ମହିଳା ଓ ପୁରୁଷ) ଅନୁଷ୍ଠିତ ହେବ। ପ୍ରାୟ ୯୧୦ ମହିଳା ଓ ପୁରୁଷ କବାଡି ଖେଳାଳିଙ୍କୁ ଦେଖିବ ଅନୁଗୁଳ।

ସୂଚନା ଯେ, ଅନୁଗୁଳ ଜିଲା ପ୍ରଶାସନ ଓ କଟକ କବାଡି ଆସୋସିଏସନର ମିଳିତ ସହଯୋଗରେ ଏହି ବିଶାଳ କବାଡି ଚମ୍ପିୟାନସିପ ଆୟୋଜନ ହେବ। ଓଡ଼ିଶାର ୨୯ଟି ଜିଲ୍ଲାରୁ ଖେଳାଳି ମାନେ ଆସି ଏଠାରେ ନିଜର ଖେଳ ପ୍ରଦର୍ଶନ କରିବେ। ଏହି ଦଳ ମାନଙ୍କରେ ୧୪ ଜଣ ଲେଖାଏଁ ରହୁଥିବା ବେଳେ ଏଥିରୁ ୧୨ ଜଣ ପ୍ରତିଯୋଗୀ, ଜଣେ ମ୍ୟାନେଜର ଓ ଜଣେ କୋଚ୍ ରହିଛନ୍ତି। ସର୍ବମୋଟ ୨୯ଜିଲାର ୫୯ଟି ଦଳ ଖେଳିବାକୁ ଥିବା ବେଳେ ଏଥିରେ ସମାନ ଭାବେ ୨୯ଟି ମହିଳା ଓ ପୁରୁଷ ଦଳ ରହିବ। ଏତଦ୍ ବ୍ୟତୀତ ରେଳବାଇ ଦଳ, ଓଡିଶା ପୁଲିସ ଦଳ, ଆର.ଏସ.ପି ରାଉରକେଲା,ଏନଆରଆରଆଇ, ଭୁବନେଶ୍ୱର କିଟ୍ ୟୁନିଭରସିଟି, ଭୁବନେଶ୍ୱର ହାଇଟେକ ଆଦି ୬ଟି ଅତିରିକ୍ତ ଦଳ ଏଥିରେ ଭାଗନେବେ।

ଅନୁଗୁଳ ବିଜୁ ମୈଦାନଠାରେ ୨୨ତାରିଖ ଠାରୁ ଆରମ୍ଭ ହୋଇ ୨୪ତାରିଖ ଯାଏ ଏହି ଖେଳ ଅନୁଷ୍ଠିତ ହେବ। ଖେଳ ପରିଚାଳନା ଓ ଖେଳାଳି ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୫୦ଜଣ ଟେକନିକାଲ ଅଫିସରଙ୍କ ସହ ୫୦ଜଣ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ। ଏହି ଅବସରରେ ଆଜି ଚାମ୍ପିୟନ ଟ୍ରଫି ଉନ୍ମୋଚନ କରାଯାଇଥିଲା।

Share

Leave a Reply