ଅନୁଗୁଳ: ଗାନ୍ଧିଜୀଙ୍କ ଅନୁଗୁଳ ଆଗମନର ୮୮ତମ ସ୍ମୃତି ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ୧୯୩୪ ମସିହା ମେ ୬ ତାରିଖ ଦିନ ମହାତ୍ମା ଗାନ୍ଧୀଙ୍କ ଅନୁଗୁଳ ଆଗମନ ଦିବସର ସ୍ମୃତିକୁ ମନେ ପକାଇବା ପାଈଁ ବାଜିରାଉତ ଛାତ୍ରା ବାସ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏ ଅବସରରେ ସକାଳେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଅପରାହ୍ନରେ ବାଜି ରାଉତ ଛାତ୍ରାବାସର ଛାତ୍ର ଛାତ୍ରୀ ଏବଂ ଗାନ୍ଧୀ ପ୍ରେମୀଙ୍କୁ ନେଇ ଏକ ଶୋଭାଯାତ୍ରା ରାଜାଛକରୁ ବାହାରି ଶିମିଳିପଡା ଗାନ୍ଧୀ ଛକରେ ପହଞ୍ଚିଥିଲା। ସେଠାରେ ଦୁର୍ଗା ମଣ୍ଡପ ପରିସରରେ ସର୍ବ ଧର୍ମ ପ୍ରାର୍ଥନା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ଏହି ସଭାରେ ସମାଜସେବୀ କୃଷ୍ଣା ମହାନ୍ତି, ଶିକ୍ଷାବିତ ଶାନ୍ତନୁ ସର, ଧରଣୀଧର ନାଥ, ରମା ଗଡନାୟକ, କୁଳମଣି ନାୟକ, ବିଶ୍ୱଜିତ ପଟ୍ଟନାୟକ, ଆଇନଜୀବି ଶରତ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶ, ଦେଶ ପାଇଁ ବଳିଦାନ ଏବଂ ଅସ୍ପୃଶ୍ୟତା ବିରୁଦ୍ଧରେ ତାଙ୍କର ଆନ୍ଦୋଳନ ସମ୍ପର୍କରେ ଆଲୋକପାତ କରିଥିଲେ। ସୂଚନା ଯେ, ମେ ୫ ତାରିଖରେ ଗାନ୍ଧି ବାମୁରରେ ରାତିରେ ରହି ତା ପରଦିନ ଅନୁଗୁଳ ଗାନ୍ଧିମାର୍ଗ ଦେଇ ଆସି ଶିମିଳିପଡ଼ା ଆମ୍ବ ତୋଟାରେ ଲୋକଙ୍କୁ ଉଦବୋଧନ ଦେଇଥିଲେ। ଆଦ୍ୟ ଶ୍ଲୋକ ମିଶ୍ର, ପ୍ରମୋଦ ଜେନା, ପର୍ଶୁରାମ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।